ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଚଳନ୍ତା କାର୍‌ରେ ଲାଗିଗଲା ନିଆଁ, ଜୀବନ୍ତ ଜଳିଗଲେ ଚାଳକ

17/03/2020 at 11:25 AM

ଅହମ୍ମଦାବାଦ ୧୭।୩: ଅହମ୍ମଦାବାଦ ହାତୀଜାନ୍ ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ସୋମବାର ସକାଳେ କାର୍ ରେ ନିଆଁ ଲାଗି ୩୫ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।

ହାତୀଜାନ୍ ସ୍ଥିତ ଶ୍ରଦ୍ଧା ପାଇନର ଫ୍ଲାଟ୍ ରେ ରହୁଥିଲେ ମନୋଜ ସୋନି । ସେ ଜଣେ ଟ୍ରାନ୍ସପୋର୍ଟର ଥିଲେ । ତାଙ୍କ କାର୍ ର ରେଜିଷ୍ଟ୍ରେସନ ନମ୍ବରରୁ ତାଙ୍କ ସମ୍ବନ୍ଧରେ ସୂଚନା ମିଳିଥିଲା । ପରେ ଏନେଇ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା ।

ମନୋଜ ସୋନି ହାତୀଜାନ୍ ପେଟ୍ରୋଲ ପମ୍ପରୁ ଗାଡିରେ ଡିଜେଲ ପକାଇ ଘରକୁ ଫେରୁଥିବା ବେଳେ ପ୍ରାୟ ୧୦ଟା ବେଳେ ଏଭଳି ଘଟଣା ଘଟିଥିଲା । ହଠାତ୍ ରାସ୍ତାରେ ଲୋକ ଦେଖିଥିଲେ ଯେ, ତାଙ୍କଡ କାର୍ ଭିତରୁ ଧୂଆଁ ବାହାରୁଥିଲା । ଘଟଣାସ୍ଥଳରେ ଉପରସ୍ଥିତ ଲୋକ ପାଣି ପକାଇ ନିଆଁ ଲିଭାଇବକୁ ଚେଷ୍ଟା କରିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରୁ କେହି ଜଣେ ଅଗ୍ନିଶମ ବିଭାଗକୁ ଫୋନ୍ କରି ଘଟଣା ସଂପର୍କରେ ଜଣାଇଥିଲେ ।ମାତ୍ର ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚିବା ବେଳକୁ ମନୋଜଙ୍କର ମୃତ୍ୟୁ ହୋଇଯାଇଥିଲା ।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, କାରରେ ନିଆଁ ଲାଗିବା ପରେ କାର୍ ଭିତରେ ବନ୍ଦ ହୋଇଯାଇଥିଲେ । ଲୋକମାନେ ତାଙ୍କୁ ବହୁତ କଷ୍ଟରେ କାର୍ ର ପଛ କାଚ ଭାଙ୍ଗି ଭିତରୁ ଉଦ୍ଧାର କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଥିଲା । ଘଟଣାସ୍ଥଳରେ ଫୋରେନସିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ବିବେକାନନ୍ଦନଗର ପୋଲିସ ଘଟଣାସ୍ଥଳରେ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।

   Related Posts