ଅନୁଗୁଳ: କଇଁଚି ଭୁସି ଜଣକୁ ମରଣାନ୍ତକ ଆକ୍ରମଣ। ହସ୍ପିଟାଲରେ ହେଲା ମୃତ୍ୟୁ । ଏଭଳି ଏକ ଅଭବାନୀୟ ଘଟଣା ଘଟିଛି ବଅଁରପାଳ ଥାନା ଅଞ୍ଚଳରେ। ସୂଚନା ଅନୁଯାୟୀ, ବଅଁରପାଳ କଲେଜ ନିକଟରେ ଏକ ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣକୁ ଉଦ୍ଧାର କରିଥିଲା ବଅଁରପାଳ ପୋଲିସ।
ଏହା ପରେ ତୁରନ୍ତ ତାଙ୍କୁ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୁତ୍ୟୁ ଘଟିଛି । ଖବର ଅନୁସାରେ ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଯାଜପୁର ରୋଡ ଅଞ୍ଚଳର ମଧୁସୂଦନ ନାୟକ। ସେ ଜଣେ ଟେଲର । ତେବେ କିଏ କଇଁଚି ଭୁସିଛି ? ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।