LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚିକ୍ତାର ଛାଡ଼ୁଥିଲା ଝିଅ, ବଞ୍ଚାଇବାକୁ ଆସି ଚାଲିଗଲା ବଡ଼ ବାପାର ଜୀବନ

26/05/2023 at 10:43 PM

ପାଟଣା: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚିକ୍ତାର ଛାଡ଼ୁଥିଲା ଝିଅ। ବଞ୍ଚାଇବାକୁ ଆସି ଫସିଲେ ବଡ଼ ବାପା। ଚାଲିଗଲା ଜୀବନ। କେନ୍ଦୁଝର ଜିଲ୍ଲା ପାଟଣା ଥାନା ଦାନୁଆଟାଙ୍ଗରପଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ବିଦ୍ୟୁତ ସଂସ୍ପର୍ଶରେ ଆସି ବଡ଼ବାପାର ମୃତ୍ୟୁ ହୋଇଥିବା ବେଳେ ଝିଆରୀ ଗୁରୁତର ଆହତ ହୋଇ କରଞ୍ଜିଆ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତକ ହେଲେ ଗୌରହରୀ ନାଏକ(୭୦)ଏବଂ  ଆହତ ଝିଆରୀ ସବିତା ନାଏକ(୨୭)।

ସୂଚନା ଅନୁସାରେ ଝିଆରୀ ସବିତା ଘରର ଫ୍ୟାନ ସ୍ଵିଚ ଅନ୍ କରୁଥିବା ସମୟରେ ହଠାତ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। ବିଦ୍ୟୁତ୍‌ ଆଘାତରେ ସେ ଚିତ୍କାର କରିବାରୁ  ଝିଆରୀକୁ ବଞ୍ଚାଇବା ପାଇଁ ବଡ଼ ବାପା ଚେଷ୍ଟା କରୁଥିବା ବେଳେ ବିଦ୍ୟୁତ ଝଟ୍‌କା ଖାଇ ଟଳି ପଡ଼ିଥିଲେ। ଏହାପରେ ପରିବାର ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଆଣି କରଞ୍ଜିଆ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ବଡ଼ବାପା ଗୌରହରୀ  ନାଏକଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତିl

ସାହାରପଡା ଫାଣ୍ଡି ପୁଲିସ ଘଟଣା ସ୍ଥଲରେ ପହଁଚି ମୃତଦେହ କୁ ଜବତ କରି ୧୬/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛିl

   Related Posts