ଗାଇ ଚରାଇବା ବେଳେ ହାତୀ ହାବୁଡ଼ରେ ପଡ଼ିଗଲେ ଚରାଳି, ଚାଲିଗଲା ଜୀବନ

Published By : Prameya-News7 Bureau | October 04, 2021 IST

ସୁନ୍ଦରଗଡ଼, ୦୪/୧୦: ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ । ସୁନ୍ଦରଗଡ଼ ରାଜଗାଙ୍ଗପୁର ବନାଞ୍ଚଳର ମାଲିଡ଼ିହି ପଞ୍ଚାୟତର ଜମ୍ବୁଆ ଜଙ୍ଗଲରେ ଗାଈ ଚରାଇବା ବେଳେ ଚରାଳି ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ଆଜି ସନ୍ଧ୍ୟା ସମୟରେ ହାତୀ ସଙ୍ଘପାଣି ଗ୍ରାମର ରଞ୍ଜିତ ବାର୍ଲା(୭୬)ଙ୍କୁ ଆକ୍ରମଣ କରିଥିଲା । ଏଥିରେ ତାଙ୍କର ମୃତ୍ୟୁ ଘଟିଛି । ବନ ବିଭାଗ ଅଧିକାରୀ ଖବର ପାଇ ମୃତକଙ୍କ ଶବକୁ ଉଦ୍ଧାର କରି ରାଜଗାଙ୍ଗପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.