ଖାକିରେ ଲାଗିଲା ଦାଗ ! ପୋଲିସ ମାଡରେ ଜଣଙ୍କ ମୃତ୍ୟୁ ଅଭିଯୋଗ, କୁକୁଡା ଲଢେଇ ଚାଲିଥିବା ବେଳେ ଉଠାଇ ଆଣିଥିଲା ପୋଲିସ
16/06/2019 at 12:29 PM

ନବରଙ୍ଗପୁର ୧୬|୬: ଖାକିରେ ପୁଣି ଲାଗିଲା ଦାଗ । ନବରଙ୍ଗପୁର କୋଡିଙ୍ଗା ପୋଲିସର ମାଡରେ ଜଣକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଉଛନ୍ତି ବଡ ପଂଜାରିଆଗୁଡା ଗାଁର ଗୋବର୍ଦ୍ଧନ ବିନ୍ଧାଣୀ ।

ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା-ଡାବୁଗାଁ ରାସ୍ତା ମଝିରେ ଥିବା ହାଟରେ କୁକୁଡା ଲଢେଇ ଚାଲିଥିବା ବେଳେ ପୋଲିସ ଚଢାଉ କରିଥିଲା । ଚଢାଉ କରି ଗୋବର୍ଦ୍ଧନ ବିନ୍ଧାଣୀଙ୍କ ସହ କମଲୁଙ୍କୁ ଉଠାଇ ଆଣିଥିଲା ପୋଲିସ । ଥାନାରେ ଉଭୟଙ୍କୁ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଛି । ତେବେ ପୋଲିସ କମୁଲଙ୍କୁ ଛାଡିଥିବା ବେଳେ ଗୋବର୍ଦ୍ଧନଙ୍କ ପତ୍ତା ମିଳୁନାହିଁ । ତେବେ ପୋଲିସ ମାଡ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ଫଳରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଗ୍ରାମବାସୀଙ୍କ ସହ ପରିବାର ଲୋକ ଥାନାରେ ଆସି ଭଙ୍ଗାରୁଜ୍ଜା କରିଛନ୍ତି । ଫଳରେ ଘଟଣାକୁ ନେଇ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଛନ୍ତି ।