ଅଜଣା ଗାଡି ଧକ୍କାରେ ଜଣେ ମୃତ
21/05/2019 at 10:16 AM

ଅନୁଗୋଳ ୨୧|୫: ଅଜଣା ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ଅନୁଗୋଳ ଜିଲ୍ଲା ହୁଲୁରିସିହା ଛକରେ ଦୁର୍ଘଟଣା ହୋଇଛି । ମୃତକ ହେଲେ ରାମଭକ୍ତ ଅଗ୍ରୱାଲ । ମର୍ଣ୍ଣିଂ ୱାକ୍ରେ ଯାଉଥିବା ବେଳେ ରାମଚନ୍ଦ୍ରଙ୍କୁ ଅଜଣା ଗାଡି ଧକ୍କା ଦେଇଥିଲା । ତୁରନ୍ତ ତାଙ୍କୁ ଅନୁଗୋଳ ମେଡିକାଲକୁ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ତେବେ ରାମଚନ୍ଦ୍ରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ରାମଚନ୍ଦ୍ରଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଅନୁଗୋଳ ମେଡିକାଲରେ ରଖାଯାଇଛି ।
Related Posts
ଗୁଣି ଗାରେଡ଼ି ସନ୍ଦେହରେ ମରଣାନ୍ତକ ଆକ୍ରମଣ; ଜଣେ ଆହତ
29 May 2023