ବାଇକ୍‌ରେ କରିଦେଲେ ଜାହାଜ! ଲୋକେ କହିଲେ ବଢିଆ ଯୁଗାଡ

Published By : Prameya-News7 Bureau | May 07, 2022 IST

ନୂଆଦିଲ୍ଲୀ ୦୭/୦୫; ଇଣ୍ଟରନେଟ୍ ଏପରି ଏକ ଦୁନିଆ ଯେଉଁଠି ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ। ଏହି ଭିଡିଓ ଗୁଡିକ ଖୁବ୍‌ ମଜାଦାର। କିଛି ପ୍ରେରଣାଦାୟୀ ଭିଡିଓ ମଧ୍ୟ ଥାଏ। କିଛି ଖୁସି କଲା ପରି ତ କିଛି ଆଶ୍ଚର୍ଯ୍ୟ କଲାପରି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥାଏ। ଆଉ କିଛି ଯୁଗାଡୁ ଭିଡିଓ ମଧ୍ୟ ଭାଇରାଲ୍‌ ହୁଏ। ଯାହାକୁ ମିଲିୟନ୍‌ ଭ୍ୟୁ ମିଳେ।  ସେମିତି ଏକ ଯୁଗାଡୁ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।
ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ବୋଟ୍‌ ଉପରେ ଗାଡି ରଖି ଚଲାଉଥିବାର ଦେଖାଦେଇଛି। ପଛରେ ଜଣେ ବ୍ୟକ୍ତି ବସିଛନ୍ତି। ବ୍ୟକ୍ତି ଜଣଙ୍କ କଳଙ୍କି ଲାଗିଥିବା ବାଇକ୍‌ରେ ବସି ଗାଡି ଷ୍ଟାର୍ଟ କରୁଥିବା ଦେଖାଦେଇଛି । ଭିଡିଓଟି ଖୁବ୍‌ ମଜାଦାର।

ଭିଡିଓକୁ ଲକ୍ଷାଧିକ ଲୋକ ସୋସିଆଲ୍‌ ମିଡିଆରେ ଦେଖିସାରିଲେଣି।ବାସ୍ତବରେ ବୋଟ୍‌ ଚାଲୁଛି କିନ୍ତୁ ବ୍ୟକ୍ତି ଜଣଙ୍କ ମଜାଳିଆ ଢଙ୍ଗରେ ଗାଡିର ପାର୍ଟକୁ ବୋଟ୍‌ ଉପରେ ରଖି ଷ୍ଟାର୍ଟ କରୁଥିବା ଦେଖାଦେଇଛି। ଭିଡିଓକୁ ଟ୍ବିଟରରେ ଦିପାଂଶୁ କାବ୍ରା ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ ଲେଖିଛନ୍ତି, ଜେଟ ସ୍କି କିଣିବାକୁ ଲକ୍ଷାଧିକ ଟଙ୍କା ଦରକାର। ସେଥିପାଇଁ ଏହି ଯୁଗାଡ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.