ମୋଟର ସାଇକେଲ୍‌ରେ ହେଉଛି ହଳ, କ୍ଷେତରେ କାମ କରିବାର ଅଜବ ଜୁଗାଡ

Published By : Prameya-News7 Bureau | May 17, 2022 IST

ନୂଆଦିଲ୍ଲୀ ୧୭/୦୫; ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ୍‌ ହୁଏ। ଏଥିରୁ କିଛି ମଜାଦାର ଭିଡିଓ ଟ୍ରେଣ୍ଡ କରେ। ଏହି ସବୁ ଭିଡିଓକୁ ଦେଖିବାକୁ ପସନ୍ଦ କରନ୍ତି ସୋସିଆଲ ମିଡିଆ ବ୍ୟବହାରକାରୀ। ସେମିତି ଏକ ଇଣ୍ଟରେଷ୍ଟିଂ ଭିଡିଓ ଭାଇରାଲ୍‌ ହେଉଛି। ଯେଉଁଥିରେ ଜଣେ ବ୍ୟକ୍ତି ଦୁଇ ଚକିଆରେ ବିଳ ହଳ କରୁଥିବା ଦେଖାଦେଇଛି। ବିଲରେ କାମ କରୁଥିବା ସମୟର ଏହି ଭିଡିଓକୁ ଦେଖିବାକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି।

ଦୁଇ ଚକିଆ ଯାନରେ ଥିବା ଲୁହା ଚକାରେ ବିଲ ହଳ ହେଉଥିବା ଦେଖାଦେଇଛି। ଗଛରେ ପାଣି ମଡାଇବା ପାଇଁ ରହିଥିବା ଧାରକୁ ଖୋଳିବାକୁ ଏହି ଟେକ୍‌ନିକ୍‌ ମଧ୍ୟ ଆପଣା ଯାଉଛି। ଗାଡି ଷ୍ଟାର୍ଟ କରି ଆଗକୁ ଗଡେଇଲେ ଲୁହା ଚକାରେ ମାଟି ଖୋଳି ହୋଇଯାଉଛି। ଇନ୍‌ଷ୍ଟାଗ୍ରାମରେ ଏହି ଜୁଗାଡୁ ଭିଡିଓକୁ ସେୟାର କରାଯାଇଛି।
ଭିଡିଓ ଦେଖି ଲୋକେ ବ୍ୟକ୍ତିଙ୍କ ବୁଦ୍ଧିକୁ ପ୍ରଶଂସା କରିଛନ୍ତି। ସହଜରେ କେମିତି କଠିନ କାମ କରିହେବ ତାର ଉପାୟ ଏହି ବ୍ୟକ୍ତି ବେସ୍‌ ଭଲ ଭାବରେ ଜାଣନ୍ତି କହିଛନ୍ତି ଲୋକେ।
ଭାରତ ଏକ କୃଷି ପ୍ରଧାନ ଦେଶ। ଏଠାରେ ଅଧିକାଶଂ ଲୋକ ଚାଷ କରି ପରିବାର ପ୍ରତିପୋଷଣ କରନ୍ତି। ବିଲରେ କଠିନ କାମ କରି ରୋଜଗାର କରନ୍ତି। ତେବେ କ୍ଷେତରେ କାମ କରିବାର ଏଭଳି କିଛି ଟ୍ରିକ୍‌ ଆପଣାଇ ବ୍ୟକ୍ତି ଜଣଙ୍କ ସଭିଙ୍କୁ ଚକିତ କରିଦେଇଛନ୍ତି।

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.