oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ରାତି ସାଢେ ଦୁଇଟାରେ ୧୦୦ ଡାଏଲ୍ କଲେ ଯୁବକ, ପୋଲିସକୁ ପଚାରିଲେ- ୨ ବୋତଲ ମିଳିବ କି ?

12/05/2022 at 11:29 AM

ନୂଆଦିଲ୍ଲୀ ୧୨।୫: ବେଳେ ବେଳେ କିଛି ଲୋକ ନିଶାସକ୍ତ ଅବସ୍ଥାରେ ଏଭଳି କାମ କରିଥାନ୍ତି ଯାହା କେହି ଆଶା ବି କରିନଥାନ୍ତି । ମଦ ନିଶାରେ ଜଣେ ଯୁବକ ଏଭଳି ଅଶ୍ଚର୍ଯ୍ୟଜନକ କାମ କରିଛନ୍ତି । ଜଣେ ଯୁବକ ବିଳମ୍ବିତ ରାତି ୨ଟା ୩୦ମିନିଟ୍‌ରେ ୧୦୦କୁ କଲ୍ କରି ପୋଲିସକୁ ଦୁଇ ବୋତଲ ମଦ ଆଣିବାକୁ କହିଥିଲେ । ଏଭଳି ଘଟଣା ତେଲଙ୍ଗାନା ଭିକାରାବାଦ ଜିଲ୍ଲାରେ ଘଟିଛି ।

ହାଇଦ୍ରାବାଦରେ ରହୁଥିବା ଦୌଲତାବାଦ ନିବାସୀ ମଧୁ ନାମକ ଜଣେ ଯୁବକ ୧୦୦ ଡାଏଲ୍ କରି କହିଥିଲେ ଯେ, ତାଙ୍କୁ ଏକ ଗୋଷ୍ଠୀ ଆକ୍ରମଣ କରିବାକୁ ଧମକ ଦେଉଛନ୍ତି । ତାଙ୍କ ନିକଟରେ ପାଟ୍ରୋଲିଂ ଟିମ୍ ପହଞ୍ଚିବା ପରେ ଯୁବକଙ୍କୁ ନିଶାସକ୍ତ ଅବସ୍ଥାରେ ପାଇଥିଲେ । ଯେତେବେଳେ ପୋଲିସ କର୍ମଚାରୀ ତାଙ୍କୁ ତାଙ୍କ ସମସ୍ୟା ବିଷୟରେ ପଚାରିଥିଲେ ସେତେବେଳେ ଯୁବକ ଜଣଙ୍କ ତାଙ୍କୁ ଦୁଇ ବୋତଲ ବିୟର ଆଣିବାକୁ କହିଥିଲେ । ଏହାପରେ ପୋଲିସ ସଂପୃକ୍ତ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ତାଙ୍କର କାଉନସେଲିଂ କରି ଛାଡି ଦିଆଯାଇଥିଲା ।

କିଛି ଦିନ ତଳେ ଏମିତି ଏକ ଘଟଣା ସାମ୍ନାକୁ ଆସିଥିଲା । ମଧ୍ୟପ୍ରଦେଶ ଉଜ୍ଜୈନରେ ଜଣେ ବ୍ୟକ୍ତି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଏବଂ ଅବକାରୀ ବିଭାଗକୁ ଏକ ଲିଖିତ ଅଭିଯୋଗ ପଠାଇଥିଲେ । ସେ ଲେଖିଥିଲେ ଯେ, ଦୁଇ ବୋତଲ ମଦ ପିଇବା ପରେ ମଧ୍ୟ ତାଙ୍କୁ ନିଶା ହୋଇନଥିଲା । ସେ ଲିଖିତ ଅଭିଯୋଗ କରିବା ସହ ରହିଯାଇଥିବା କିଛି ମଦ ସହ ବୋତଲକୁ ମଧ୍ୟ ପ୍ରମାଣ ଭାବେ ଉପସ୍ଥାପିତ କରିଥିଲେ । ଯେତେବେଳେ ତାଙ୍କ ଅଭିଯୋଗ ଉପରେ କୌଣସି ଯାଞ୍ଚ ହୋଇନଥିଲା ସେ କହିଥିଲେ ଯେ ସେ ଗ୍ରାହକ ଫୋରମ୍ ନିକଟକୁ ଯିବେ ।

   Related Posts