'ମରିଯିବୁ ନହେଲେ ମାରିଦେବୁ କିନ୍ତୁ କରୋନା ଯାଞ୍ଚ ପାଇଁ ନମୁନା ଦେବୁନି' - ଯୁବକଙ୍କ ଭିଡିଓ ଭାଇରାଲ୍

Published By : Prameya-News7 Bureau | August 30, 2020 IST

ଫତେହାବାଦ ୩୦/୦୮ : ହରିୟାଣା ଫତେହାବାଦ କରୋନା ସଂକ୍ରମଣ ଯାଞ୍ଚ ପାଇଁ ନମୁନା ସଂଗ୍ରହ କରିବାରେ ଅସୁବିଧା ହେଉଥିବା ଜଣାପଡିଛି | ଡେପୁଟି ସିଏମଓଙ୍କୁ ଜଣେ ବ୍ୟକ୍ତି କହିଲେ, 'ମରିଯିବୁ ନହେଲେ ମାରିଦେବୁ କିନ୍ତୁ କରୋନା ଯାଞ୍ଚ ପାଇଁ ନମୁନା ଦେବୁନାହିଁ |' ଏହି ଘଟଣାର ଏକ ଲାଇଭ ଭିଡିଓ ସାମ୍ନାକୁ ଆସିଛି | ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ଫତେହାବାଦ ଜିଲ୍ଲା ଧାରସୁଲ ଗାଁରେ କରୋନା ସଂକ୍ରମିତ ଜଣେ ମହିଳାଙ୍କ ପୁଅଙ୍କ ନମୁନା ନେବାକୁ ଯାଇଥିବା ଡାକ୍ତରଙ୍କୁ ଗାଳିଗୁଲଜ କରାଯାଇଥିଲା |

ବ୍ୟକ୍ତି ଜଣକ ହାତରେ ବାଡ଼ି ଧରି ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗ ଟିମକୁ ଘରୁ ବାହାରିବାକୁ ଧମକ ଦେଇଥିଲେ | ନମୁନା ସଂଗ୍ରହକୁ ନେଇ ଗାଁରେ ପାଖାପାଖି ୨୦ ମିନିଟ ଯାଏଁ ହାଇ ଭୋଲଟେଜ ଡ୍ରାମା ଚାଲିଥିଲା | ନମୁନା ନ ଦେଇଥିବାରୁ ଏବଂ ତାଙ୍କୁ ଗାଳିଗୁଲଜ ଓ ଧମକ ଦେଇଥିବାରୁ ଡାକ୍ତର ଥାନାରେ ଅଭିଯୋଗ କରିଥିଲେ | ଡାକ୍ତରଙ୍କ ବୟାନ ଆଧାରରେ ପୋଲିସ ମାମଲା ରୁଜ୍ଜୁ କରିଛି | 

wp:core-embed/youtube {"url":"https://www.youtube.com/embed/1QcmKLZ5msI","type":"rich","providerNameSlug":"embed-handler","className":"wp-embed-aspect-16-9 wp-has-aspect-ratio"}
https://www.youtube.com/embed/1QcmKLZ5msI
/wp:core-embed/youtube

ଟିମ ସହ ଥିବା ଡେପୁଟି ସିଏମଓ ଡ.ହନୁମାନଙ୍କ ସହ ଉକ୍ତ ବ୍ୟକ୍ତି ବହୁତ ଯୁକ୍ତିତର୍କ କରିଥିଲେ | ଟିମ ସହ ଅପବ୍ୟବହାର କରିବା ସହ ନମୁନା ଦେବାକୁ ମନା କରି ଉକ୍ତ ବ୍ୟକ୍ତି ଜଣକ ଅଭିଯୁକ୍ତଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ନମୁନା ନଷ୍ଟ କରିବାକୁ ମଧ୍ୟ ପ୍ରୟାସ କରିଥିଲେ | ପୋଲିସ ପୁରା ମାମଲାର ତଦନ୍ତ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.