ବିବାହ ସାତ ଜନମର ବନ୍ଧନ । ଏବେ କିନ୍ତୁ ଗୋଟିଏ ଜନ୍ମ ରହିବା କଷ୍ଟକର । ବୁଝାମଣା ଠିକ୍ ନରହିଲେ ଭାଙ୍ଗିପଡୁଛି ସଂପର୍କ । ନିମିଷକେ ଅଲଗା ହୋଇଯାଉଛନ୍ତି ଦମ୍ପତ୍ତି । ଦୁନିଆରେ ଏମିତି ଅନେକ ମାମଲା । ଅଲଗା ହେବାର ଆପଣ ଦେଖିଥିବେ ନିଶ୍ଚୟ । କିନ୍ତୁ ଆମେ ଆପଣଙ୍କୁ ଏମିତି ଛାଡପତ୍ର ବିଷୟରେ କହିବୁ, ଯାହା ନା କେବେ ଶୁଣିଥିବେ ନା ଦେଖିଥିବେ ।
ଘଟଣା ବିଷୟରେ ଶୁଣିଲେ ଆପଣ ବି ହୋଇଯିବେ ତାଜୁବ । କାରଣ ସେଟେଲମେଣ୍ଟ ସମୟରେ କିଏ ପଇସା ମାଗେ ତ କିଏ ଧନ ସମ୍ପତ୍ତି । ଏଠି କିନ୍ତୁ ସ୍ୱାମୀ ସ୍ତ୍ରୀକୁ ମାଗିଛି ଦେଇଥିବା କିଡନୀ । ଖାଲି ମାଗିନାହାଁନ୍ତି କହିଛନ୍ତି ଯଦି କିଡନୀ ଦେଇନପାରିବ ତେବେ ୧.୨ ମିଲିୟନ ଡଲାର ଅର୍ଥ ଦିଅ । ସୋସିଆଲ ମିଡିଆରେ ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ।
wp:html /wp:htmlମାମଲା ୨୦୦୯, ଆମେରିକାର । ୧୯୯୦ ଡୋନେଲଙ୍କୁ ବିବାହ କରିଥିଲେ ଡାକ୍ତର ରିଚାର୍ଡ ବାଟିଷ୍ଟା । ଉଭୟର ତିନି ସନ୍ତାନ ବି ଅଛନ୍ତି । ୨୦୦୧ରେ ହଠାତ୍ ଅସୁସ୍ଥ ହୋଇପଡିଥିଲେ ପତ୍ନୀ । ବାଧ୍ୟ ହୋଇ ପତ୍ନୀଙ୍କୁ କିଡନୀ ଦେଇଥିଲେ ବାଟିଷ୍ଟା । ଯେମିତି ସେମିତି କଟିଯାଇଥିଲା ୪ ବର୍ଷ । କିନ୍ତୁ ୪ ବର୍ଷ ପରେ ପତ୍ନୀ ଡୋନେଲ୍ ଅଲଗା ହେବାର ନେଇଥିଲେ ନିଷ୍ପତ୍ତି । ଆଉ ନିରାଶ ହୋଇପଡିଥିଲେ ବାଟିସ୍ତା । ପତ୍ନୀଙ୍କୁ ଛାଡପତ୍ର ଦେବାକୁ ରାଜି ହୋଇଥିଲେ ସତ । କିନ୍ତୁ ପାନେ ଚଖାଇବାକୁ ନେଇଥିଲେ ନିଷ୍ପତ୍ତି । ଖାସ୍ ସେଥିପାଇଁ ସ୍ତ୍ରୀକୁ ମାଗିଥିଲେ ଫେରାଇଦିଅ ମୁଁ ଦେଇଥିବା କିଡନୀ ।
ଏଭଳି ପରିସ୍ଥିତିରେ କିଡନୀ ଫେରାଇବା ସମ୍ଭବ ନୁହେଁ କହିଥିଲେ ଡାକ୍ତରୀ ଦଳ । କହିଥିଲେ ଯେ ଡୋନେଲଙ୍କୁ କିଡନୀ ଫେରାଇବା ପାଇଁ କରିବାକୁ ପଡିବ ଦ୍ୱିତୀୟ ଅପରେସନ୍ । ଏମିତିକି ଜୀବନ ପ୍ରତି ବି ବିପଦ ରହିଛି । କିଡନୀକୁ ଫେରସ୍ତ କରାଯିବା ଅସମ୍ଭବ । କାରଣ କିଡନୀ ଏବେ ଡୋନେଲଙ୍କ ଶରୀର ସହ ମିଶିଯାଇଛି । ସେପଟେ ଡାକ୍ତରଙ୍କ ଦାବିକୁ ଅଯୌକ୍ତିକ କହିଛି ନାସାଉ ସୁପ୍ରିମ କୋର୍ଟ । ରାୟ ଶୁଣାଇ ବାଟିସ୍ତାଙ୍କ ଆବେଦନକୁ କରିଦେଇଛନ୍ତି ଖାରଜ ।
you can also read....
wp:embed {"url":"https://www.prameyanews7.com/trump-booed-at-launch-of-399-dollar-golden-sneakers/","type":"wp-embed","providerNameSlug":"prameya-news-7"} /wp:embed