ପଥରରେ ଛେଚି ଜଣକୁ ହତ୍ୟା
27/01/2019 at 2:54 PM

ଝାରସୁଗୁଡା ୨୭|୧: ଝାରସୁଗୁଡ଼ାରେ ପଥରରେ ଛେଚି ଜଣଙ୍କୁ ହତ୍ୟା କରାଯାଇଛି । ମୃତକ ହେଉଛନ୍ତି ଝାରସୁଗୁଡ଼ା ଥାନା ଅନ୍ତର୍ଗତ ବୁରୋମାଲ ଗାଁର ଅକ୍ଷୟ ସାହୁ । ସ୍ଥାନୀୟ ବେହେରାପାଲି ଗାଁ ନିକଟସ୍ଥ ପଡ଼ିଆରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଆଜି ସକାଳୁ ପରିବାର ଲୋକେ ଘଟଣାସ୍ଥଳକୁ ଯାଇ ମୃତଦେହ ଚିହ୍ନଟ କରିଛନ୍ତି । ଖବର ପାଇ ବଡମାଲ ପୋଲିସ ଓ ସଦର ଏସଡିପିଓ ପହଞ୍ଚି ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଏବେ ସୁଦ୍ଧା ହତ୍ୟାକାରୀକୁ ଚିହ୍ନଟ କରିପାରିନି ପୋଲିସ । ଉଧାର ଟଙ୍କା ଆଦାୟକୁ ନେଇ ତାଙ୍କୁ କିଏ ହତ୍ୟା କରିଥିବା ପରିବାର ଲୋକ କହିଛନ୍ତି ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023