ଭୋଜି କରିବାକୁ ଯାଇ ଆଉ ଘରକୁ ଫେରିଲେନି, ଉଦ୍ଧାର ହେଲା ମୃତଦେହ

Published By : Prameya-News7 Bureau | April 20, 2024 IST

ବୌଦ୍ଧ ୨୦।୪: ବୌଦ୍ଧ ଆଦର୍ଶ ଥାନା ବଘିଆ ପଡ଼ା ଫାଣ୍ଡି ଅନ୍ତର୍ଗତ ଗଉଡ ଦେଇ ନିକଟରୁ ଜଣେ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ବୃଦ୍ଧଙ୍କୁ ଦୁର୍ବୃତ୍ତ ହତ୍ୟାକରି ଫିଙ୍ଗି ଦେଇଥିବା ସୂଚନା ମିଳିଛି । ମୃତକ ବଘିଆପଡା ଫାଣ୍ଡି ଜାମୁପାଲି ଗ୍ରାମର ୫୦ ବର୍ଷ ବୟସ୍କ ବିଭୀଷଣ ମହାରଥୀ । ଘଟଣାସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ସୂଚନାଯୋଗ୍ୟ ଯେ, ଗୌଡ଼ଦେଇ ନିକଟରେ ଏକ କ୍ଷତାକ୍ତ ମୃତଦେହ ପଡ଼ିଥିବା ନେଇ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ଏବଂ ସଙ୍ଗେ ସଙ୍ଗେ ଏନେଇ ବଘିଆ ଫାଣ୍ଡିରେ ଖବର ଦେଇଥିଲେ । ତେବେ ଘଟଣାସ୍ଥଳରେ ବୌଦ୍ଧ SDPO କୁଲଦୀପ ମୀନା, ଆଦର୍ଶ ଥାନା ଅଧିକାରୀ ରଞ୍ଜିତ ମୁନି ପହଞ୍ଚି ତଦନ୍ତ କରିଥିବା ବେଳେ ମୃତଦେହଟି ଜାମୁପାଲି ଗ୍ରାମର ୫୦ ବର୍ଷ ବୟସ୍କ ବିଭୀଷଣ ମହାରଥୀଙ୍କର ହୋଇଥିବା ନେଇ ପରିବାର ଲୋକେ ଚିହ୍ନଟ କରିଥିଲେ । ପୋଲିସ ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ବିଭୀଷଣ ଶୁକ୍ରବାର ରାତିରେ ନିଜର କିଛି ସାଙ୍ଗସାଥିଙ୍କ ସହିତ ଭୋଜି କରିବାକୁ ଯାଇଥିବା କହି ଆଉ ଘରକୁ ଫେରିନଥିଲେ । ତେବେ ବିଭୀଷଣକୁ କେହି ଜଙ୍ଗଲରେ ହତ୍ୟାକରି ଘୋଷାଡି ଆଣି ଏହି ସ୍ଥାନରେ ପକାଇଥିବା ନେଇ ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡିଛି ।

You Can Read :

ବିଜେଡିର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା : ବଡଚଣାରୁ ପ୍ରାର୍ଥୀ ହେଲେ ବର୍ଷା ପ୍ରିୟଦର୍ଶିନୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.