ପଟାଙ୍ଗୀ ୫।୩: ଦୀର୍ଘ ୧୫ ଘଣ୍ଟା ପରେ ପୋଖରୀରୁ ଉଦ୍ଧାର ହେଲା ମୃତଦେହ । ସ୍କ୍ରାପ୍ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର ହୋଇଛି । କଇଁ ଫୁଲ ତୋଳିବାକୁ ଯାଇଥିବା ବେଳେ ବୁଡି ନିଖୋଜ ହୋଇଥିଲେ ସ୍କ୍ରାପ୍ ବ୍ୟବସାୟୀ ।
ସୂଚନାଯୋଗ୍ୟ ଯେ, ସୋମବାର ସନ୍ଧ୍ୟା ସମୟରେ ଓଡିଶା ସୀମାନ୍ତ ଆନ୍ଧ୍ର ପ୍ରଦେଶ ଆରୁକୁ ଅଞ୍ଚଳର ୩୨ ବର୍ଷ ବୟସ୍କ ବଳରାମ ନିଜ ପାଞ୍ଚ ଜଣ ସାଙ୍ଗଙ୍କ ସହ କୁନ୍ଦୁଲି ଅଞ୍ଚଳକୁ ସ୍କ୍ରାପ ସାମଗ୍ରୀ କିଣିବାକୁ ଆସିଥିଲେ । ସ୍କ୍ରାପ ସାମଗ୍ରୀ କିଣିବା ପରେ ସମସ୍ତ ସାଥୀମାନେ ନିଜ ଗ୍ରାମକୁ ଯିବାକୁ ବାହାରିଥିଲେ । ରାସ୍ତାରେ ସମ୍ବାଇ ପଞ୍ଚାୟତର ମଣ୍ଡଳଗୁଡା ଆରଡି ରାସ୍ତାର ଉପର ପାର୍ଶ୍ୱରେ ଥିବା ପୋଖରୀ ନିକଟରେ ଖାଇବା ନିମନ୍ତେ ରଖିଥିଲେ । ଖାଇ ସାରିବା ପରେ ଯୁବକ ଜଣକ ପୋଖରୀରେ ଫୁଟିଥିବା କଇଁ ଫୁଲଟିକୁ ତୋଳିବାକୁ ଯାଇଥିଲେ । ଏହାପରେ ସେ ନିଖୋଜ ହୋଇଯାଇଥିଲେ ।
ଏନେଇ ଅଗ୍ନିଶମ କର୍ମଚାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ । କିନ୍ତୁ ବିଳମ୍ବିତ ରାତିରେ ନିଖୋଜ ବ୍ୟକ୍ତି ଉଦ୍ଧାର ହୋଇପାରିନଥିଲା । ମଙ୍ଗଳବାର ସକାଳୁ ଉକ୍ତ ବ୍ୟକ୍ତିଙ୍କ ମୃତଦେହକୁ ଅଗ୍ନିଶମ କର୍ମଚାରୀ ଖୋଜି ବାହାର କରିଛନ୍ତି । ଖବର ପାଇ ମୃତକଙ୍କ ପରିବାରଲୋକ ଆସି ପହଞ୍ଚିଛନ୍ତି । ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଯାଞ୍ଚ ଆରମ୍ଭ କରିଛି ।
You Can Read :
wp:embed {"url":"https://www.prameyanews7.com/lady-murder-accused-arrested-by-crri-police-in-cuttack/","type":"wp-embed","providerNameSlug":"prameya-news-7"} /wp:embed