ବଡବିଲ କେନ୍ଦୁଭାଟି ଅଞ୍ଚଳରେ ଜଣଙ୍କୁ କଚାଡି ମାରିଲା ହାତୀ
8/11/2018 at 11:59 AM

କେନ୍ଦୁଝର ୮|୧୧: କେନ୍ଦୁଝର ଜିଲ୍ଲାରେ ହାତୀ ଉପଦ୍ରବ । ଜଣଙ୍କୁ କଚାଡି ମାରିଛି ହାତୀ । ବାମେବାରୀ ଥାନା କେନ୍ଦୁଭାଟି ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ କେନ୍ଦୁଭାଟି ଅଞ୍ଚଳର ହରିହର ନାଏକ । ସନ୍ଧ୍ୟାରେ ଘର ବାହାରକୁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା । ହାତୀ ଆକ୍ରମଣ ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Related Posts
ନବ ଦାସ ହତ୍ୟା ମାମଲା, ଗୋପାଳଙ୍କ ପରିବାରକୁ ରାତିଅଧିଆ ଜେରା
8 February 2023