କ୍ଷୀର ପାଇଁ ମଇଁଷୀ ଗୋଠକୁ ଯାଇଥିବାବେଳେ ଟେକି କଚାଡି ଦେଲା ଦନ୍ତା ହାତୀ

Published By : Prameya-News7 Bureau | January 13, 2019 IST

ଢେଙ୍କାନାଳ ୧୩/୧ : ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି | ଢେଙ୍କାନାଳ ଭାଲିଆବୋଲ କାଟେଣୀରେ ମଇଁଷି ଗୋଠରେ ଜଣକୁ ଟେକି କଚାଡିଦେଲା ହାତୀ | ଗୁରୁତରଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି |


ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲାରେ ସଦର ଥାନା ଅନ୍ତର୍ଗତ ଭାଲିଆବୋଲ କାଟେଣୀରେ ଆଜି ଭୋର ସମୟରେ ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଗାଁ ଲୋକେ ତାଙ୍କୁ ଉଦ୍ଧାରେ କରି ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଗୁରୁତର ଜଣଙ୍କ ଭାଲିଆବୋଲ କାଟେଣୀର ଜଟିଆ ବହେରା ବୋଲି ଜଣାପଡିଛି । ସେ ଆଜି ଭୋର ସମୟରେ ମଇଁଷୀ ଗୋଠକୁ କ୍ଷୀର ପାଇଁ ଯାଇଥିବାବେଳେ ପାଖରେ ଥିବା ଏକ ଦନ୍ତା ହାତୀ ତାଙ୍କୁ ଟେକି କଚାଡି ଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.