ଆମେରିକାରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆର ବିମାନରେ ହଙ୍ଗାମା, ପତ୍ନୀଙ୍କ ତଣ୍ଟି ଚିପିଦେଲେ ସ୍ବାମୀ

Published By : Prameya-News7 Bureau | May 19, 2023 IST

ନୂଆଦିଲ୍ଲୀ, ୧୯/୦୫: ଏୟାର ଇଣ୍ଡିଆର ବିମାନରେ ହଙ୍ଗାମା । ପତ୍ନୀଙ୍କ ତଣ୍ଟି ଚିପିଦେଲେ ସ୍ବାମୀ। କର୍ମଚାରୀଙ୍କ ଚେଷ୍ଟା ଯୋଗୁଁ ବଞ୍ଚିଗଲା ଜୀବନ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆମେରିକାର ନେଓ୍ବାର୍କରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନରେ।

ପ୍ରକୃତରେ ନେଓ୍ବାର୍କରୁ ମୁମ୍ବାଇ ଆସୁଥିବା ଜଣେ ଯାତ୍ରୀଙ୍କୁ ବିମାନରେ ଯାତ୍ରା ସମୟରେ ପାନିକ୍‌ ଆଟାକ୍‌ (ହଠାତ୍‌ ନିଜ ଉପରୁ ନିୟନ୍ତ୍ରଣ ହରାଇବା) ଆସିଥିଲା। ଯାହାପରେ ସେ ବିମାନରେ ହଙ୍ଗାମା କରିବା ସହ ନିଜ ପତ୍ନୀଙ୍କ ତଣ୍ଟି ମଧ୍ୟ ଚିପି ଦେଇଥିଲେ। ତେବେ ବିମାନର କର୍ମଚାରୀଙ୍କ ତାଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ଯାହାପରେ ବିମାନ ସୁରକ୍ଷିତ ମୁମ୍ବାଇ ଏୟାରପୋର୍ଟରେ ଓହ୍ଲାଇଥିଲା।

ସୂଚନା ଅନୁଯାୟୀ, ବିଜନେସ କ୍ଲାସ୍‌ରେ ଯାତ୍ରା କରୁଥିବା ମୁମ୍ବାଇର ଜଣେ ବ୍ୟବସାୟୀ ନେଓ୍ବାର୍କରୁ ପ୍ଲେନ୍‌ର ଉଡ଼ାଣ ଭରିବାର କିଛି ସମୟ ପରେ ହଙ୍ଗାମା କରିବା ଆରମ୍ଭ କରିଦେଇଥିଲେ। ଏହି ସମୟରେ ଯାତ୍ରୀ ଜଣକ ଜୋରରେ ପାଟି କରୁଥିଲେ ବିମାନ ଓହ୍ଲାଇବାକୁ କହୁଥିଲେ। ଯେତେବେ​‌ଳେ ବିମାନ କର୍ମଚାରୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ସେତେବେଳେ ସେ ତାଙ୍କ ପତ୍ନୀଙ୍କ ତଣ୍ଟି ଚିପିବାକୁ ଚେଷ୍ଟା କରିଥିଲେ।

ତେବେ କର୍ମଚାରୀ ବିମାନରେ ଥିବା ଡାକ୍ତର ସହାୟତାରେ ତାଙ୍କୁ ଇଞ୍ଜେକ୍ସନ ଲଗାଇ ବେହୋସ କରାଇଥିଲେ। ତାଙ୍କ ପତ୍ନୀ କହିଛନ୍ତି ତାଙ୍କୁ ପାନିକ୍‌ ଆଟାକ୍ ଆସିଥାଏ ଏବଂ ଏଥିାପଇଁ ସେ ଔଷଧ ମଧ୍ୟ ଖାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.