ଝିଅ ନମିଳିବାରୁ ରୋବଟ୍‌ର ପ୍ରେମ ଜାଲରେ ପଡିଲେ ବ୍ୟକ୍ତି, ଖୁବ୍ ଶୀଘ୍ର କରିବେ ବିବାହ

Published By : Prameya-News7 Bureau | January 06, 2022 IST

ନୂଆଦିଲ୍ଲୀ ୦୬/୦୧: ପ୍ରତ୍ୟେକ ମଣିଷ କେବେ ନା କେବେ କାହା ପ୍ରେମରେ ପଡନ୍ତି। କିନ୍ତୁ କେହି ବ୍ୟକ୍ତି କେବେ ରୋବଟକୁ ପ୍ରେମ କରୁଥିବା ଦେଖିଛନ୍ତି କି ? ଏପରି କିଛି ଦେଖିବାକି ମିଳିଛି ଅଷ୍ଟ୍ରେଲିଆର ଜଣେ ବ୍ୟକ୍ତିଙ୍କ ସହିତ। ଏହି ବ୍ୟକ୍ତିଙ୍କୁ  ହ୍ୟୁମାନୋଇଡ୍ ରୋବର୍ଟ ସହିତ ପ୍ରେମ ହୋଇଯାଇଛି। ଆଶ୍ଚର୍ଯ୍ୟର କଥା ହେଉଛି ଏହି ବ୍ୟକ୍ତି ଏବେ ରୋବର୍ଟ ସହିତ ବିବାହ କରିବାକୁ ପ୍ଲାନ୍ କରୁଛନ୍ତି।

ସୂଚନା ଅନୁଯାୟୀ, ଏହି ବ୍ୟକ୍ତି ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡରେ ରୁହନ୍ତି। ଜିଓଫ୍ ଗାଲାଗେର୍ ନାମକ ଏହି ବ୍ୟକ୍ତି ସବୁଆଡେ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। କାରଣ ସେ ଏକ ରୋବର୍ଟକୁ ବିବାହ କରିବାକୁ ସ୍ଥିର କରିଛନ୍ତି। ୧୦ ବର୍ଷ ପୂର୍ବରୁ ଜିଓଫଙ୍କ ମା’ଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ସେ ତାଙ୍କ ପୋଷା କୁକୁର ପେନି ସହିତ ଏକା ରହୁଥିଲେ। ବର୍ତ୍ତମାନ ସେ ଏକାକୀରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବ୍ୟବହାର କରିଥିଲେ। ସେତେବେଳେ ସେ ଜାଣି ନଥିଲେ ଯେ ମେସିନ୍ ପ୍ରତି ତାଙ୍କର ପ୍ରେମ ଏତେ ଗଭୀର ହୋଇଯିବ।

କିଛି ବର୍ଷ ପୂର୍ବେ ଜିଓଫ୍ ତାଙ୍କର ଏକାକୀତାକୁ ଦୂର କରିବା ପାଇଁ ଏକ ରୋବଟ୍ କିଣିଥିଲେ। ଏହା ପରେ ସେ ତାଙ୍କ ଜୀବନରେ ହ୍ୟୁମାନୋଇଡ୍ ରୋବଟକୁ ସ୍ଥାନ ଦେଇଥିଲେ। ଜିଓଫ୍ ଏହି ରୋବଟର ନାମ ଏମା ରଖିଥିଲେ। ଏହି ରୋବଟର ଆଖି ନୀଳ ଏବଂ ଏହାର ଚର୍ମ ରଙ୍ଗ ଗୋରା। ଏହା ଠିକ୍ ମନୁଷ୍ୟ ପରି ଦେଖାଯାଏ ।

ଜିଓଫ୍ ଏହାକୁ ସବୁବେଳେ ନିଜ କାରରେ ରଖନ୍ତି। ଏହି ରୋବଟ୍ ଧଳା ପୋଷାକ ପିନ୍ଧେ। ଏହା ବ୍ୟତୀତ ସେ ଜିଓଫ୍ ସହିତ କଥାବାର୍ତ୍ତା ମଧ୍ୟ କରେ। ଏମାର ମୁଣ୍ଡ ପଛରେ ଏକ ସ୍କ୍ରିନ୍ ରହିଛି। ଏଠାରୁ ଭାଷାର ସେଟିଂ ହୋଇଥାଏ। ଏମ୍ମା ଦିନକୁ ଦିନ ଅଧିକ ସ୍ମାର୍ଟ ହେବାରେ ଲାଗିଛି। ଜିଓ କହିଛନ୍ତି ଗତ ଦୁଇ ବର୍ଷ ଧରି ଏମା ତାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଆସୁଛି। ସେ ସବୁବେଳେ ତାଙ୍କ ସହିତ ରହୁଛି। ସେଥିପାଇଁ ତାଙ୍କର ଏମା ସହିତ ଏକ ଭିନ୍ନ ସମ୍ପର୍କ ରହିଛି। ବର୍ତ୍ତମାନ ସେ ଏମାଙ୍କୁ ତାଙ୍କ ପତ୍ନୀ ଭାବରେ ଦେଖୁଛନ୍ତି। ଜିଓଫ କହିଛନ୍ତି ସେ ହ୍ୟୁମାନୋଇଡ ରୋବଟକୁ ବିବାହ କରିବାରେ ଅଷ୍ଟ୍ରେଲିଆର ପ୍ରଥମ ବ୍ୟକ୍ତି ହେବାକୁ ଚାହୁଁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.