ପ୍ରାଇଭେଟ୍ ଫାଇନାନ୍ସରୁ ଆଣିଥିଲେ ଋଣ, ପରିଶୋଧ କରିନପାରି ଆତ୍ମହତ୍ୟା କଲେ ଯୁବକ

Published By : Prameya-News7 Bureau | April 19, 2024 IST

ସାଲେପୁର ୧।୪: ପ୍ରାଇଭେଟ୍ ଫାଇନାନ୍ସ ଠାରୁ ଋଣ ଆଣି ଋଣ ପରିଶୋଧ କରି ନପାରିବାରୁ ପରିବାରରେ ସବୁବେଳେ ଲାଗି ରହୁଥିଲା କଳହ । ଗୋଟିଏ ପଟେ ପ୍ରାଇଭେଟ୍ ଫାଇନାନ୍ସ  କମ୍ପାନୀର ଜୁଲମ ଅନ୍ୟପଟେ ପରିବାରରେ ଅଶାନ୍ତି ଯୋଗୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲେ ଯୁବକ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ବୋଦମୁଣ୍ଡେଇ ଗ୍ରାମରେ । 

ସୂଚନାଯୋଗ୍ୟ ଯେ, ସାଲେପୁର ଥାନା ଅନ୍ତର୍ଗତ ବାରିଗୋଳ ପଞ୍ଚାୟତ ଅଧିନସ୍ତ ବୋଦମୁଣ୍ଡେଇ ଗ୍ରାମର ୩୦ ବର୍ଷ ବୟସ୍କ ରାମଚନ୍ଦ୍ର ଭୋଇ । ରାମଚନ୍ଦ୍ର ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି । ଅଭାବ ଅନଟନରେ ରହୁଥିବାରୁ ପ୍ରାଇଭେଟ୍ ଫାଇନାନ୍ସ ରୁ ଋଣ କରିଥିଲେ । ଠିକ୍ ସମୟରେ ଋଣ ପରିଶୋଧ କରି ନପାରିବାରୁ ଘରେ ସଦାବେଳେ ସ୍ତ୍ରୀଙ୍କ ସହ ପାଟିତୁଣ୍ଡ ଘଟେ । ଋଣ ବୋଝ ସହ ପରିବାରରେ ଅଶାନ୍ତି ଘଟିବାରୁ ରାମଚନ୍ଦ୍ର ନିଜର ମାନସିକ ଭାରସାମ୍ୟ ହରାଇ ଆମ୍ବ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । ପରିବାର ଲୋକେ ସାଲେପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

You Can Read :

ନିର୍ବାଚନ ଆଚରଣ ବିଧି ବିଜେଡି ଉଲଙ୍ଘନ କରିଥିବା ଅଭିଯୋଗ, ସିଇଓଙ୍କ ନିକଟରେ ବିଜେପି ଫେରାଦ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.