suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବେଙ୍ଗଲ ଦଙ୍ଗା ଉପରେ ଫିଲ୍ମ କରିବ ବିଜେପି, ସ୍ବାଧୀନତା ସମୟରେ କଲିକତା ସ୍ଥିତିର ମିଳିବ ଝଲକ
  • ||
  • ଶେଷ ପର୍ଯ୍ୟନ୍ତ ଲଢ଼ି ଅଷ୍ଟ୍ରେଲିଆ ‘ଏ’ କୁ ୨-୧ରେ ହରାଇଲା ଭାରତୀୟ ମହିଳା ହକି ଦଳ
  • ||
  • କୁସ୍ତି ଯୋଦ୍ଧାଙ୍କ ସମର୍ଥନରେ ବାହାରିଲେ ରାମଦେବ, କହିଲେ ମା’ଭଉଣୀଙ୍କ ବିଷୟରେ ବେକାର କଥା କହୁଥିବା ବ୍ରିଜ ଭୂଷଣଙ୍କୁ ଗିରଫ କର
  • ||
  • ଦିଲ୍ଲୀ ୟୁନିଭର୍ସିଟି ସିଲାବସରୁ ହଟିଲା ‘ସାରେ ଜାହାଁ ସେ ଆଚ୍ଛା’ର ଲେଖକ ମହମ୍ମଦ ଇକ୍‌ବାଲଙ୍କ ବିଷୟ
  • ||
  • ଏବେ ଉତ୍ତରାଖଣ୍ଡ ସଂଲଗ୍ନ LACରେ ଦ୍ରୁତ ଗତିରେ ଗାଁ ଗଢି ଚାଲିଛି ଚୀନ, ସୈନ୍ୟ ଶିବିର ବି ନିର୍ମାଣ କରୁଛି
  • ||
  • ହାଇଦ୍ରାବାଦ: କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ସମର୍ଥନ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେଜରିଓ୍ଵାଲ
  • ||
  • ନୂଆଦିଲ୍ଲୀ: ଜବାହରଲାଲ ନେହେରୁଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାହୁଲ ଗାନ୍ଧୀ
  • ||
  • IPL 2023: ମୁମ୍ବାଇକୁ ହରାଇ ଲଗାତାର ୨ୟ ଥର ଫାଇନାଲ୍‌ରେ ଗୁଜରାଟ ଟାଇଟନ୍ସ, ରବିବାର ଚେନ୍ନାଇ ସହ ଟାଇଟଲ୍ ମୁକାବିଲା
  • ||
  • ବିଜେପି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ୯ଟି ପ୍ରଶ୍ନ କଲା କଂଗ୍ରେସ
  • ||
  • ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀଙ୍କ କାର୍କେଡ୍‌ ଉପରେ ଆକ୍ରମଣ, ଇଟା ଫିଙ୍ଗି ଭାଙ୍ଗିଲେ ମନ୍ତ୍ରୀଙ୍କ କାର୍ କାଚ
  • ||

ଗୁଳି କରି ଆତ୍ମହତ୍ୟା କଲେ ସଫ୍ଟଓ୍ବେୟାର ଇଞ୍ଜିନିୟର : ଲକଡାଉନ୍ ଯୋଗୁଁ ଯାଇପାରିଲେନି କାନାଡ଼ା

7/11/2020 at 10:50 AM

ଲକ୍ଷ୍ନୌ ୭/୧୧: କରୋନା ଭାଇରସ୍ ଯୋଗୁଁ ଏବେ ମନୁଷ୍ୟ କେତେକ ସମସ୍ୟା ଦେଇ ଅତିକ୍ରମ କରୁଛି। ଯଦି ଏହି ଋତୁରେ କାହାକୁ ଥଣ୍ଡା କାଶ ହୋଇଯାଉଛି ତେବେ ଲୋକେ ଡରି ଯାଉଛନ୍ତି କାଳେ କରୋନା ହୋଇଛି କି? ଏହାର ପ୍ରସାରକୁ ରୋକିବା ପାଇଁ କେନ୍ଦ୍ର ସରକାର ଦ୍ବାରା ଲଗାଯାଇଥିବା ଲକଡାଉନ୍ ଏବେ ଲୋକଙ୍କ ପାଇଁ ରୋଜଗାର ସମ୍ବନ୍ଧୀୟ ସମସ୍ୟା ନେଇ ଆସିଛି।

 ଲକ୍ଷ୍ନୌରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ଜଣେ ସଫ୍ଟଓ୍ବେୟାର ଇଞ୍ଜିନିୟର ଲକଡାଉନ୍ କାରଣରୁ କାନାଡ଼ା ଯାଇପାରିନଥିଲେ ଏବଂ ଫ୍ରଷ୍ଟ୍ରେସନରେ କାନମୂଳିରେ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି। ପୋଲିସ୍ ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି।

ଏହା ସହିତ ମୃତ ବ୍ୟକ୍ତିଙ୍କ  ପରିବାର ଲୋକଙ୍କୁ ଏହାର ସୂଚନା ଦିଆଯାଇଛି। ବର୍ତ୍ତମାନ ମାମଲାର ତଦନ୍ତ କରାଯାଉଛି।

ସୂଚନା ଅନୁଯାୟୀ ମୃତ ରାହୁଲ ସଫ୍ଟଓ୍ବେୟାର ଇଞ୍ଜିନିୟର ଥିଲେ ଏବଂ ଲକ୍ଷ୍ନୌର ଜୟ ନାରାୟଣ ରୋଡ ସ୍ଥିତ ନୀଳମଡି ଲଜର ୧ମହଲାରେ ରହୁଥିଲେ। ରାହୁଲ ବଲିୟାର ମୂଳ ବାସିନ୍ଦା ଥିଲେ ଏବଂ ଲକ୍ଷ୍ନୌର ଏକ ପ୍ରାଇଭେଟ କମ୍ପାନୀରେ କାମ କରୁଥିଲେ। ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ସେ ବନ୍ଧୁକରେ ନିଜ କାନମୂଳିରେ ଗୁଳି କରି ଆତ୍ମହତ୍ୟା କରିଥିଲେ। ପଡ଼ୋଶୀ ଏବିଷୟରେ ପୋଲିସକୁ ସୂଚନା ଦେଇଥିଲେ।

 ମୃତ ରାହୁଲ୍ ଏବର୍ଷ କାନାଡ଼ା ଯିବାକୁ ଚାହୁଁଥିଲେ କିନ୍ତୁ କରୋନା ଏବଂ ଲକଡାଉନ୍ ଯୋଗୁଁ ତାଙ୍କର ଭିସା କ୍ୟାନସେଲ୍ ହୋଇଯାଇଥିଲା। ସେଥିପାଇଁ ସେ ମାନସିକ ଅବସାଦଗ୍ରସ୍ତ ହୋଇଯାଇଥିଲେ। ପୋଲିସକୁ ତାଙ୍କ ରୁମରୁ ଏନର୍ଜି ଡ୍ରିଙ୍କ୍ ଏବଂ କିଛି ଔଷଧ ମିଳିଛି।

   Related Posts