ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାଙ୍କ ଲାଗି ପାଣ୍ଠି ସଂଗ୍ରହ ପାଇଁ ଲଗାତାର ୨୪ ଘଣ୍ଟା ତାଳି ମାରିଲେ ଯୁବକ

Published By : Prameya-News7 Bureau | April 27, 2020 IST

ବ୍ରିଟେନ ୨୭/୦୪ : ବ୍ରିଟେନରେ ଜଣେ ଏଭଳି କରୋନା ଯୋଦ୍ଧା ସାମ୍ନାକୁ ଆସିଛନ୍ତି ଯିଏ କରୋନା ୱାରିଅର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ସହାୟତା ପାଇଁ ଲଗାତାର ୨୪ ଘଣ୍ଟା ଯାଏଁ ତାଳି ମାରିଥିଲେ | ଲଣ୍ଡନରେ ରହୁଥିବା ଜେକ ପେଜେମ କରୋନା ଯୋଦ୍ଧା ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଫଣ୍ଡ ଏକାଠି କରିବା ପାଇଁ ଲଗାତାର ୨୪ ଘଣ୍ଟା ତାଳି ମାରିଥିଲେ | ଜେକଙ୍କ ଏହି ପଦକ୍ଷେପ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି | ଜେକ ୨୪ ଘଣ୍ଟା ତାଳି ବଜାଇବା ଏହି ଅଭିଯାନ ୟୁଟ୍ୟୁବରେ ଲାଇଭ ଷ୍ଟ୍ରିମିଙ୍ଗ ଜରିଆରେ ଆରମ୍ଭ କରିଥିଲେ | କିନ୍ତୁ ୟୁଟ୍ୟୁବରେ କୌଣସି ଟେକ୍ନିକାଲ ସମସ୍ୟା ଯୋଗୁଁ ସେ ଫେସବୁକରେ ଲାଇଭ କରିଥିଲେ | ଏହି କାର୍ଯ୍ୟକ୍ରମର ନାଁ ସେ ରଖିଥିଲେ 'ତାଳି ବଜାଓ' | ଏହି କାର୍ଯ୍ୟକ୍ରମ ଜରିଆରେ ଜେକ ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାଙ୍କ ପାଇଁ ୫ ଲକ୍ଷ ଟଙ୍କା ଯୋଗାଡ଼ କରିବା ଲକ୍ଷ୍ୟ ରଖିଥିଲେ | 

{"id":260850,"sizeSlug":"large"}

ଜେକ ୨୪ ଘଟ ମଧ୍ୟରେ ନିଜ ଲକ୍ଷ୍ୟ ମଧ୍ୟ ପୁରା କରିଥଲେ | ଏହି ଲକ୍ଷ୍ୟକୁ ଜେକ 'କ୍ଳେପ ଫର ଆୱାର କେୟରର୍ସ' ନାଁ ରଖିଥିଲେ | ବ୍ରିଟେନରେ ଲୋକେ କରୋନା ଯୋଦ୍ଧା ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ତାଳି ମାରନ୍ତି | ବ୍ରିଟେନରେ ଲୋକେ ନିଜ ଘର ଛାତ ଉପରେ କିମ୍ବା ବାଲକନିରେ ଛିଡା ହୋଇ ପ୍ରତ୍ୟେକ ଗୁରୁବାର ଦିନ ସନ୍ଧ୍ୟାରେ କିଛି ସମୟ ପାଇଁ କରୋନା ଯୋଦ୍ଧା ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଜଣାଇବା ପାଇଁ ତାଳି ମରିଥାନ୍ତି | ଏଥିରୁ ହିଁ ଜେକଙ୍କୁ ଏହି ଆଇଡ଼ିଆ ମିଳିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.