ମୁଖ୍ୟ ବିଚାରପତିଙ୍କ ଶପଥ ଗ୍ରହଣକୁ ତ୍ରୁଟି ଦର୍ଶାଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ, ଏବେ ଗଣିବେ ୫ ଲକ୍ଷ ଫାଇନ୍‌

Published By : Prameya-News7 Bureau | October 14, 2023 IST

ନୂଆଦିଲ୍ଲୀ,୧୪/୧୦: ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ତ୍ରୁଟିପୂର୍ଣ୍ଣ ଶପଥକୁ ନେଇ ସୁପ୍ରିମକୋର୍ଟରେ ଆବେଦନ ହୋଇଥିବା ଏକ ଜନସ୍ୱାର୍ଥ ମାମଲାରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଏହାସହ ଆବେଦନକାରୀଙ୍କୁ ୫  ଲକ୍ଷ ଟଙ୍କା ଜୋରିମାନା କରାଯାଇଛି। ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଦେବେନ୍ଦ୍ର କୁମାର ଉପାଧ୍ୟାୟଙ୍କ ଶପଥ ଗ୍ରହଣରେ ତ୍ରୁଟିପୂର୍ଣ୍ଣ ଥିବା ଦାବି କରି ଏକ ଜନସ୍ୱାର୍ଥ ମାମଲା ସୁପ୍ରିମକୋର୍ଟ ଆବେଦନ ହୋଇଥିଲା। ଯେଉଁଥିରେ ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ଅଦାଲତ।

ଏହା ଉପରେ ଉପରେ ୫ ଲକ୍ଷ ଟଙ୍କା ଜୋରିମାନା ଦେବାକୁ କହିଛନ୍ତି। ଏହି ପ୍ରକାରର ଜନସ୍ୱାର୍ଥ ମାମଲାକୁ ପବ୍ଲିକ୍‌ ଷ୍ଟଣ୍ଟ ତଥା ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଏପରି କରାଯାଇଥିବା କହିଛନ୍ତି କୋର୍ଟ। ସିଜେଆଇ ଡି ଓ୍ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ବସିଥିବା ଖଣ୍ଡପୀଠ କହିଛନ୍ତି ଯେ ଶପଥ ରାଜ୍ୟପାଳଙ୍କ ଦ୍ୱାରା କରାଯାଇଛି, ଶପଥ କରାଯିବା ପରେ ସ୍ୱାକ୍ଷରିତ କରାଯାଇଛି। ଆପଣ ଏପରି ଭାବେ ଆପତ୍ତି ଉଠାଇପାରିବେ ନାହିଁ। ଏହି ଖଣ୍ଡପୀଠରେ ଜଷ୍ଟିସ୍‌ ଜେ ବି ପାରଦୀବାଲା ଓ ଜଷ୍ଟିସ୍‌ ମନୋଜ ମିଶ୍ରା ଥିଲେ।

ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ପିଆଇଏଲ୍‌ କେବଳ ପ୍ରଚାର ଉଦ୍ଦେଶ୍ୟରେ ବ୍ୟବହାର କରିବାର ପ୍ରୟାସ ଥିଲା। ସିଜେଆଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଶପଥ ଗ୍ରହଣ ଠିକ୍‌ ବ୍ୟକ୍ତିଙ୍କୁ ଦିଆଯାଇଥିବା ନେଇ ଆବେଦନକାରୀ ଏହି ବିଷୟ ଉପରେ ବିବାଦ କରିପାରିବେ ନାହିଁ। ଶପଥ ରାଜ୍ୟପାଳ ଦ୍ୱାରା କରାଯାଇଛି। ଶପଥ ପରେ ବି ସ୍ୱାକ୍ଷର ନିଆଯାଇଛି। ଏଥିପାଇଁ ଆପଣ ଆପତ୍ତି ଉଠାଇ ପାରିବେ ନାହିଁ। ଏପରି ଜନସ୍ୱାର୍ଥ ଆବେଦନରୁ କୋର୍ଟର ବହୁମୂଲ୍ୟ ସମୟ ନଷ୍ଟ ହେଉଛି। ଏପରି ମାମଲା ଯୋଗୁଁ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ମାମଲାରୁ କୋର୍ଟ ଧ୍ୟାନ ହଟୁଛି। ଏପରି ମାମଲା ଯୋଗୁଁ କୋର୍ଟର ଧ୍ୟାନ ଅଧିକ ଗୁରୁତର ମାମଲାରୁ ଦୂରେଇ ଯାଇଛି ଏବଂ ତେଣୁ ନ୍ୟାୟିକ ମାନବ ସମ୍ବଳ ଏବଂ କୋର୍ଟ ରେଜିଷ୍ଟ୍ରିର ଭିତ୍ତିଭୂମିର ଅପବ୍ୟବହାର ହୋଇଛି।”

ବେଞ୍ଚ ଏହା ମଧ୍ୟ କହିଛନ୍ତି ଯେ, 'ବର୍ତ୍ତମାନ ସମୟ ଆସିଛି ଯେତେବେଳେ ଏଭଳି ଅସ୍ପଷ୍ଟ ପିଆଇଏଲ୍‌ ଉପରେ କୋର୍ଟ ଭାରି ଦଣ୍ଡବିଧାନ ହେବା ଦରକାର। ସେହି ଅନୁଯାୟୀ ଆମେ ୫ ଲକ୍ଷ ଟଙ୍କା ଜୋରିମାନା ସହିତ ଆବେଦନକୁ ଖାରଜ କରିଛୁ ଏବଂ ଆବେଦନକାରୀଙ୍କୁ ଏହି ଅର୍ଥକୁ 4 ସପ୍ତାହ ମଧ୍ୟରେ ଏହି କୋର୍ଟର ରେଜିଷ୍ଟ୍ରିରେ ଜମା କରିବାକୁ ପଡିବ। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଯଦି ଧାର୍ଯ୍ୟ ସମୟ ମଧ୍ୟରେ ଜୋରିମାନା ଜମା ନହୁଏ, ତେବେ ଲକ୍ଷ୍ନୌ କଲେକ୍ଟର ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଜରିଆରେ ଏହା ଜମି ରାଜସ୍ୱ ବକେୟା ଭାବରେ ଆଦାୟ କରାଯିବ।

ସେହିପରି ଗତ ଅକ୍ଟୋବର ୧୩ରେ ଡାରଓ୍ୱିନ୍‌ ଥିଓରୀ ଓ ଆଇନଷ୍ଟାଇନ୍‌ ସୂତ୍ର(E=MC2)କୁ ଭୁଲ ଦର୍ଶାଇ ଦାଖଲ ହୋଇଥିବା ପିଆଇଏଲ୍‌କୁ ଖାରଜ କରିଥିଲେ ସୁପ୍ରିମକୋର୍ଟ। ଯଦି ଆବେଦନକାରୀ ଭାବୁଛନ୍ତି ଯେ ଏହି ଥିଓରୀ ଭୁଲ, ତେବେ ସୁପ୍ରିମକୋର୍ଟ କିଛି କରିପାରିବେ ନାହିଁ କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.