scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିପାରିବ ମନୁଷ୍ୟ! ଗବେଷକଙ୍କ ଦାବି- ସବୁ ରୋଗ ହେବ ଛୁ ମନ୍ତର

24/09/2023 at 3:48 PM

ନୂଆଦିଲ୍ଲୀ ୨୪।୯: ଉନବିଂଶ ଶତାବ୍ଦୀ ଆରମ୍ଭ ପରଠାରୁ ଜଗତରେ ବିଜ୍ଞାନ ମହାନ ଉପଲବ୍ଧି ହାସଲ କରୁଥିବା ବେଳେ ମାନବର ଜୀବନ କାଳ ବେଶ୍ ବୃଦ୍ଧି ହୋଇପାରିଛି। ଯେଉଁ ରୋଗ ବେମାରୀ କିଛି ଦଶକ ପୂର୍ବରୁ ଘାତକ ମନେ କରାଯାଉଥିଲା  ଟିକାର ବିକାଶ ଓ  ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଯୋଗୁ ମାନବ ଜାତିକୁ ସେହିସବୁ ରୋଗ ବେମାରୀ ଉପରେ ବିଜୟ ମିଳିଛି। ଯଦି ସବୁ କିଛି ଠିକଠାକ୍ ରହିଲା ତେବେ ଆଗାମୀ କିଛି ବର୍ଷ ମଧ୍ୟରେ ମଣିଷ ନିଜକୁ ୧୨୦ ବର୍ଷ ବୟସ ପର୍ଯ୍ୟନ୍ତ ସୁସ୍ଥ ରଖିପାରୁଥିବ।

ନ୍ୟୁୟର୍କ ପୋଷ୍ଟର ଏକ ରିପୋର୍ଟ ଅନୁସାରେ ଷ୍ଟେମ ସେଲ ଯୋଗୁ ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ମଣିଷ ୧୫୦ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିପାରୁଥିବ ବୋଲି ଡା. ଏର୍ନଷ୍ଟ ଭନ ଶ୍ୱାର୍ଜ କହିଛନ୍ତି। ଡା. ଅର୍ନଷ୍ଟ ସିଡର୍ସ ସିନାଇ ମେଡିକାଲ ସେଣ୍ଟର, ୟୁସିଏଲଏ ରେ ଡେଭିଡ ଗେଫେନ ସ୍କୁଲ ଅଫ ମେଡିସନ ଓ ଦକ୍ଷିଣ କାର୍ଲିଫର୍ଣ୍ଣିୟା ହସ୍ପିଟାଲର ହାର୍ଟ ଇନିଷ୍ଟିଚ୍ୟୁଟ୍‌ରେ ଟ୍ରିପୋଲ ବୋର୍ଡ ପ୍ରମାଣିତ ଇଂଟର୍ନିଷ୍ଟ, ହୃଦ ରୋଗ ବିଶେଷଜ୍ଞ ଅଛନ୍ତି। ସେ ‘ସିକ୍ରେଟସ୍‌ ଅଫ ଇମୋର୍ଟାଲିଟି’ ଓ ‘ଦି ସିକ୍ରେଟ ୱାର୍ଲଡ ଅଫ ଷ୍ଟେମସେଲ ଥେରାପି’ ଭଳି ପୁସ୍ତକ ରଚନା କରିଛନ୍ତି।

ତାଙ୍କର କହିବା କଥା ହେଲା ଆମେ ଜୀବନକୁ ଅଧିକ ଦୀର୍ଘ କରିପାରିବା। ସମ୍ଭବତଃ କିଛି ବର୍ଷ ମଧ୍ୟରେ ଲୋକେ ୧୨୦, ୧୫୦ ବର୍ଷ ପର୍ଯ୍ୟନ୍ତ ବହୁତ ଭଲରେ ଜୀବିତ ରହି ପାରୁଥିବେ। ନ୍ୟୁୟର୍କ ପୋଷ୍ଟ ସହିତ ସାକ୍ଷାତକାରରେ ସେ କହିଛନ୍ତି ଯେ ‘ଏହାର ଅର୍ଥ ନୁହେଁ ଆମେ ବିଛଣାରେ ପଡି ପଡି ମୃତ୍ୟୁକୁ ଅପେକ୍ଷା କରିବା, ବରଂ ସବୁ ରୋଗ ବେମାରୀ ଛୁ ମନ୍ତର ହେବେ ଓ ଲୋକେ ୧୦୦ ବର୍ଷ ବୟସ ପାର କରିବା ପରେ ମଧ୍ୟ ଆରାମଦାୟକ ଜୀବନ ବ୍ୟତୀତ କରୁଥିବେ’।

ଫିଟ ରହିବା ଜରୁରି
ତେବେ ଡା. ଏର୍ନଷ୍ଟ ଏହା ମଧ୍ୟ କହିଛନ୍ତି ଯେ ସ୍ୱସ୍ଥ ଭୋଜନ ଓ ନିୟମିତ ବ୍ୟାୟାମ ବିନା ଏହା ସମ୍ଭବ ନୁହେଁ। ସେ କହିଛନ୍ତି ଯେ ୩୦ ବର୍ଷ ବୟସ ଏକ ଏପରି ବୟସ ଯେଉଁଠି ଦୀର୍ଘ ଜୀବନ ବଞ୍ଚିବା ଲାଗି ଜଣେ ନିଜ ଜୀବନ ଶୈଳୀକୁ ପରିବର୍ତ୍ତନ କରିପାରିବ। ଡା. ଅର୍ନଷ୍ଟ କହିଛନ୍ତି ଯେ ଶରୀରରେ ଷ୍ଟେମସେଲ ବିକଶିତ ହେଲେ ଆମେ ବେଶ ସହଜରେ ଦୀର୍ଘ ଜୀବନ ବଞ୍ଚିପାରିବା। ଆମେ ରୋଗ ବେମାରୀରୁ ମୁକ୍ତ ରହିବା ପାଇଁ ଔଷଧ ଖାଇ ପାରିବା। ତେବେ ଏହାଠୁ ଅଲଗା ଆମେ ମୁଖ୍ୟ ରୂପେ ଷ୍ଟେମସେଲ ଥେରାପିର ବ୍ୟବହାର କରି ନିଜକୁ ଫିଟ ରଖିପାରିବା।

ଷ୍ଟେମ ସେଲ କ’ଣ?
ଏର୍ନେଷ୍ଟ କହିଛନ୍ତି ଯେ ଷ୍ଟେମସେଲ ଆମର ଭବିଷ୍ୟତ। ହୁଏତ ଷ୍ଟେମ କୋଶିକା ଏଫଡିଏ ପ୍ରମାଣିତ ହୋଇ ନ ପାରେ। ହେଲେ ଏହା ଚିକିତ୍ସାର ଭବିଷ୍ୟତ ବୋଲି ସେ କହିଛନ୍ତି। ଯେଉଁଥିରେ ଆମେ ବେମାରୀକୁ ଠିକ କରିବାକୁ ସକ୍ଷମ ହେବା ସହ ଜୀବନକୁ ଦୀର୍ଘ କରିପାରିବା ଅଥବା ବୟସ ବଢିବାର କିଛି ପ୍ରକ୍ରିୟାକୁ ଆମେ କମ୍ କରିପାରିବା। ତେବେ ଅଫିସିଆଲ ରେକର୍ଡ ଅନୁସାରେ ମାନବଜାତି ଇତିହାସରେ କେବଳ ଜଣେ ବ୍ୟକ୍ତି ୧୨୦ ବର୍ଷ ଆୟୁ ପର୍ଯ୍ୟନ୍ତ ଜୀବିତ ଥିଲେ। ଫ୍ରାନ୍ସର ଜିନ୍‌ କ୍ଲେମେଣ୍ଟ ଯାହାଙ୍କର ୧୯୯୭ ମସିହାରେ ୧୨୨ ବର୍ଷ ୧୬୪ ଦିନ ଆୟୁରେ ମୃତ୍ୟୁ ହୋଇଥିଲା। ଏହି ଉପଲବ୍ଧି ହାସଲ କରିବାରେ ସେ ହିଁ ବିଶ୍ୱର ଏକମାତ୍ର ବ୍ୟକ୍ତି ଥିଲେ।      

ଭାରତରେ ହସଖୁସିରେ ଜୀବନ ବିତାଇବାକୁ ଦରକାର ଏତେ ଟଙ୍କା, ଆମେରିକାରେ ଏହି ହିସାବ ୮୭ ଲକ୍ଷ

   Related Posts