ନୂଆଦିଲ୍ଲୀ: ସୁରକ୍ଷା ବଳୟ ଭାଙ୍ଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୁଲମାଳ ପିନ୍ଧାଇବାକୁ ଧାଇଁ ଆସିଲେ ବ୍ୟକ୍ତି। ଧରିପକାଇଲେ ସୁରକ୍ଷାକର୍ମୀ। ଗୁରବାର କର୍ଣ୍ଣାଟକ ହୁବଳି ଠାରେ ଏଭଳି ଘଟଣା ଘଟିଛି। ଏହି ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ବ୍ୟକ୍ତିଜଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ଫୁଲମାଳ ପିନ୍ଧାଇବାକୁ ଆସୁଥିବା ବେଳେ ଉପସ୍ଥିତ ଥିବା ସୁରକ୍ଷା କର୍ମୀମାନେ ଉକ୍ତ ବ୍ୟକ୍ତିଙ୍କୁ ଟାଣି ନେଉଥିବାର ଦେଖିବାକୁ ମିଳିଛି।
କର୍ଣ୍ଣାଟକର ହୁବୁଳିରେ ରେଳବାଇ ସ୍ପୋର୍ଟ୍ସ ଗ୍ରାଉଣ୍ଡରେ ଜାତୀୟ ଯୁବ ଦିବସ ଉତ୍ସବର ଆୟୋଜନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିରେ ଯୋଗ ଦେବାକୁ ବିମାନବନ୍ଦରରୁ ଯାଉଥିଲେ। ଗାଡ଼ିର ଡୋର ବାହାରକୁ ଆସି ପ୍ରଧାନମନ୍ତ୍ରୀ ମୋଦୀ ଲୋକଙ୍କୁ ଅଭିବାଦନ ଜଣାଉଥିବା ବେଳେ ଏହି ସମୟରେ ଜଣେ ବ୍ୟକ୍ତି ହଠାତ୍ ସୁରକ୍ଷା ବଳୟ ଡେଇଁ ମୋଦୀଙ୍କୁ ଫୁଲମାଳ ପିନ୍ଧାଇବାକୁ ଚେଷ୍ଟା କରିଥିଲେ। ହେଲେ ପାରିନଥିଲେ। କାରଣ ସୁରକ୍ଷାକର୍ମୀମାନେ ତାଙ୍କୁ ଧରିପକାଇଥିଲେ।
wp:html/wp:html#WATCH | Karnataka: A young man breaches security cover of PM Modi to give him a garland, pulled away by security personnel, during his roadshow in Hubballi.
— ANI (@ANI) January 12, 2023
(Source: DD) pic.twitter.com/NRK22vn23S
ସୂଚନା ଥାଉକି, କର୍ଣ୍ଣାଟକର ହୁବୁଳି ରେଳବାଇ ସ୍ପୋର୍ଟ୍ସ ଷ୍ଟାଡିୟମ ଗ୍ରାଉଣ୍ଡରେ ଜାତୀୟ ଯୁବ ଉତ୍ସବରେ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ, ରାଜ୍ୟପାଳ ଥାୱରଚାନ୍ଦ ଗେହେଲୋଟ, କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଅନୁରାଗ ସିଂହ ଠାକୁର ଏବଂ ଅନ୍ୟମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
୫ ଦିନ ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇ ଜାନୁଆରୀ ୧୬ରେ ଶେଷ ହେବ। ତେବେ ଉଧ୍ଘାଟନୀ ଉତ୍ସବରେ ୩୦ ହଜାରରୁ ଅଧିକ ଲୋକ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କୁ ଉଦ୍ବୋଧନ ଦେବେ।