ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ରାସନ କାର୍ଡରେ ଦତ୍ତା ସ୍ଥାନରେ ଅଧିକାରୀ ଲେଖିଲେ କୁତ୍ତା, ଭୁକି ଭୁକି ପ୍ରତିବାଦ କଲେ ଯୁବକ

19/11/2022 at 9:54 PM

କୋଲକାତା: ରାସନ କାର୍ଡରେ ସରକାରୀ ବାବୁ ବଦଳାଇ ଦେଲେ ସାଙ୍ଗିଆ । ଜବାବରେ ଭିନ୍ନ ଢଙ୍ଗରେ ପ୍ରତିବାଦ କଲେ ବ୍ୟକ୍ତି । ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲାରେ ହାତରେ ବ୍ୟାଗ ଏବଂ ଅନେକ ଦସ୍ତାବିଜ ଧରି ଜଣେ ସରକାରୀ ଅଧିକାରୀଙ୍କ ନିକଟରେ ବିରୋଧ ପ୍ରଦର୍ଶନ କରୁଛନ୍ତି । ସରକାରୀ ବାବୁ ଗାଡିରେ ଯାଉଥିବା ବେଳେ ବ୍ୟକ୍ତି ଜଣଙ୍କ ଦୌଡି ଦୌଡି ନିଜ ଅଭିଯୋଗ ଜଣାଉଛନ୍ତି । ତେବେ ବ୍ୟକ୍ତି ଜଣକ କୁକୁର ପରି ଭୁକି ଭୁକି ଦାବି ଜଣାଉଛନ୍ତି । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ପ୍ରତିବାଦ କରୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ଶ୍ରୀକାନ୍ତ ଦତ୍ତ।

ଖବର ଅନୁସାରେ, ଶ୍ରୀକାନ୍ତ ଦତ୍ତାଙ୍କୁ ରାଜ୍ୟ ଖାଦ୍ୟ ଏବଂ ଯୋଗାଣ ବିଭାଗ ପକ୍ଷରୁ ଆରକେଏସୱାଇ ରାସନ କାର୍ଡ ମିଳିଥିଲା । କିନ୍ତୁ ସେଥିରେ ଶ୍ରୀକାନ୍ତଙ୍କ ସାଙ୍ଗିଆ ଦତ୍ତା ପରିବର୍ତ୍ତେ କୁତ୍ତା ଲେଖାଯାଇଥିଲା । ଯେଉଁଥି ପାଇଁ ସେ ଅପମାନିତ ହୋଇଥିଲେ । ଶେଷରେ ବିରୋଧ କରିବା ପାଇଁ ଏହି ଉପାୟ ଆପଣଇଥିଲେ।

ଘଟଣାକୁ ନେଇ ଶ୍ରୀକାନ୍ତ ଦତ୍ତ କହିଛନ୍ତି, ‘ମୁଁ ରାସନ କାର୍ଡ ପାଇଁ ଆବେଦନ କରିଥିଲି । ପ୍ରଥମ ପର୍ଯ୍ୟାୟରେ ରାସନ କାର୍ଡ ମିଳିଥିଲା । ତେବେ ଏଥିରେ ଶ୍ରୀକାନ୍ତ ଦତ୍ତା, ଶ୍ରୀକାନ୍ତ ମଣ୍ଡଳ ହୋଇଥିଲା । ସୁଧାର ପାଇଁ ପୁଣି ଏକ ଆବେଦନ କରିଥିଲି । ଏଥର ଶ୍ରୀକାନ୍ତ କୁମାର ଦତ୍ତ କରାଯାଇଥିଲା । ଏହାପରେ ପୁଣି ଏକ ଆବେଦନ କରିଥିଲି, କିନ୍ତୁ ଏଥର ମଣିଷ ନୁହେଁ, କୁକୁର କରିଦେଲେ। ରାସନ କାର୍ଡରେ ଶ୍ରୀକାନ୍ତ କୁମାର କୁତ୍ତା ଲେଖାଯାଇଥିଲା । ଏହି ଘଟଣା ପରେ ମୁଁ ମାନସିକ ସ୍ତରରେ ଭାଙ୍ଗି ପଡିଥିଲି। ଏହାକୁ ନେଇ ବିଡିଓକୁ ମଧ୍ୟ ଜଣାଇଥିଲି କିନ୍ତୁ କୌଣସି ଜବାବ ମିଳି ନଥିଲା’।

   Related Posts