ଗାଈ ସଙ୍ଗେ ପଙ୍ଗା ପଡିଲା ମହଙ୍ଗା, ଭିଡିଓ ଦେଖି ଆପଣ ବି ହୋଇଯିବେ ଚକିତ

Published By : Prameya-News7 Bureau | December 12, 2020 IST

ନୂଆଦିଲ୍ଲୀ ୧୨।୧୨: ପିଲାଦିନରୁ ଆମେ ଗୋଟେ କଥା ଶୁଣିଛୁ ଯେମିତି କରିବ ସେମିତି ପାଇବ । ଯଦି ତୁମେ ଖରାପ କରିବ, ତୁମ ସହ ବି ଖରାପ ହିଁ ହେବ । କର୍ମର ଫଳ ନିଶ୍ଚିତ ମିଳିଥାଏ ।

ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଜଣେ ନିର୍ଦ୍ଦୟ ବ୍ୟକ୍ତି ଗୋଟିଏ ଗାଈକୁ ନିର୍ଦ୍ଦୟ ଭାବେ ପିଟିବାରେ ଲାଗିଛନ୍ତି । କିନ୍ତୁ ଏହା ଏତିକିରେ ସରିନଥିଲା । ଏହା କେବଳ ଏକ ଟ୍ରେଲର ଥିଲା । ପିକଚର ବର୍ତ୍ତମାନ ଆରମ୍ଭ ହେଉଛି । ଯେତେବେଳେ ଯନ୍ତ୍ରଣା ଛଟପଟ ଗାଈ ତା’ର ରୌଦ୍ର ରୂପ ଦେଖାଇବା କଚାଡି କଚାଡି ସେହି ବ୍ୟକ୍ତିଙ୍କ ଅବସ୍ଥାକୁ ଆହୁରି ଖରାପ କରିଦେଲା ।

ଏହି ଭିଡିଓଟି ସେୟାର କରିଥିବା ବ୍ୟକ୍ତି ହେଉଛନ୍ତି ପ୍ରବୀନ୍ ଆଙ୍ଗୁସାମି ଏବଂ ପେସାରେ ସେ ଜଣେ ଆଇଏଫଏସ ଅଧିକାରୀ । ଏହି ଭିଡିଓରେ ଆପଣ ସ୍ପଷ୍ଟ ଭାବରେ ଦେଖିପାରିବେ ଯେ ଜଣେ ବ୍ୟକ୍ତି କିପରି ଗାଈକୁ ହଇରାଣ କରୁଛି । କେବଳ ଏତିକି ନୁହେଁ, ଯେଉଁ ଗାଈକୁ ଦେବୀ ପରି ପୂଜା କରାଯାଏ ତାକୁ ପିଟୁଛନ୍ତି । ତା’ପରେ ସେ ଅତି ନିର୍ମମ ଭାବେ ତା ଲାଞ୍ଜକୁ ମୋଡି ଦଉଛନ୍ତି । ତା’ପରେ ଗାଈ ମଧ୍ୟ କ୍ରୋଧିତ ହୋଇ କଚାଡି ଦେଇଥିଲା । ଯାହା ଆପଣ ଭିଡିଓ ମାଧ୍ୟମରେ ଦେଖିପାରିବେ ।

ଉଲ୍ଲେଖଯୋଗ୍ୟ ଯେ, ସୋସିଆଲ ମିଡିଆରେ ଏହି ଭିଡିଓ ଦେଖି ଲୋକମାନେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଭିଡିଓ ସେୟାର କରି ଏହି ବ୍ୟକ୍ତିଙ୍କୁ ମଧ୍ୟ ସେମାନେ ନିନ୍ଦା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଭିଡିଓ କେଉଁଠୁ ଆସିଛି, କେଉଁ ଦିନର ସେ ସମ୍ପର୍କରେ ସୂଚନା ମିଳିନାହିଁ । କିନ୍ତୁ ଲୋକମାନେ କହୁଛନ୍ତି ଯେ ଏଭଳି ଲୋକ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.