ଭାଇକୁ ଲୁହା ରଡରେ ପିଟି ପଟି ହତ୍ୟା କଲା ସମ୍ପର୍କୀୟ ଭାଇ
10/05/2018 at 6:48 AM

ବଲାଙ୍ଗିର ଜିଲ୍ଲା ପାଟଣାଗଡ ଥାନା ତାବନାଲ ଗାଁରେ ଘଟିଛି ଅଘଟଣ | ମୃତକ ହେଉଛନ୍ତି ବୁଦ୍ଧଦେବ ପ୍ରଧାନ | ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି | ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ପାଟଣାଗଡ ପୋଲିସର ଘଟଣାର ତଦନ୍ତ କରୁଛି | ହତ୍ୟାକାରୀ ଭାଇ ଓ ତାଙ୍କ ପରିବାରକୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ |