ମୟୁରଭଞ୍ଜ ଦଙ୍ଗାପାଣି ଗାଁରେ ଭାଇର ଠେଙ୍ଗା ମାଡରେ ଭାଇ ମୃତ ; ଭାଇ ଓ ପୁତୁରା ଗିରଫ
9/11/2018 at 11:39 AM

ମୟୁରଭଞ୍ଜ ୯|୧୧: ଭାଇର ଠେଙ୍ଗା ମାଡରେ ଭାଇ ମୃତ। ଜମି ବିବାଦକୁ ନେଇ ଭାଇକୁ ଠେଙ୍ଗାରେ ପିଟି ପିଟି ମାରିଦେଲେ ଭାଇ ଓ ପୁତୁରା। ଏପରି ଅଘଟଣ ଘଟିଛି ମୟୁରଭଞ୍ଜ ଜିଲ୍ଲା ଦଙ୍ଗାପାଣି ଗାଁର କୁନୁ ସାହିରେ। ପରିବାରରେ ଜମି ଭାଗ ବଣ୍ଟା କୁ ଦୀର୍ଘଦିନ ବାଦ ବିବାଦ ଲାଗି ରହିଥିଲା। ରାତିରେ ଗୁମୁଦି ନାୟକ ଘର ବାହାରେ ଠିଆ ହୋଇଥିବା ବେଳେ ହଠାତ୍ ଭାଇ ଓ ପୁତୁରା ଠେଙ୍ଗାରେ ଆକ୍ରମଣ କରିଥିଲେ।ଗୁମୁଦି ପଡିଯିବାରୁ ମୁଣ୍ଡ ପଥରରରେ ବାଡେଇ ହୋଇଥିଲା ଓ ସେଇଠାରେ ହିଁ ମୃତ୍ୟୁ ହୋଇଯାଇଥିଲା। ପୁଲିସ ଖବର ପାଇ ମୃତ ଦେହକୁ ଜବତ କରିଛି ଓ ହତ୍ୟା ଅଭିଯୋଗ ରେ ମୃତକ ଗୁମୁଦି ନାୟକର ଭାଇ ଓ ପୁତୁରାକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।
Related Posts
ଡିଲ୍ବେଳେ ବନ ବିଭାଗ ଓ ପୋଲିସର ମିଳିତ ଚଢ଼ଉ; କଲରାପତରିଆ ବାଘଛାଲ ଜବତ
1 February 2023
ବାଇକ୍ ଡିକିରୁ ଲକ୍ଷାଧିକ ଟଙ୍କା ନେଇ ଲୁଟେରା ଚମ୍ପଟ
1 February 2023