ବରଗଡ଼ରେ ପୋଲିସର ଗୁଣ୍ଡାଗିରି ; ପୋଲିସର ନିସ୍ତୁକ ମାଡ଼ରେ ଯୁବକ ଗୁରୁତର
13/05/2018 at 6:47 AM

ବରଗଡ଼ ରେ ଆଜି ଏକ ଅଭାବନୀୟ ଘଟଣା କ୍ରମେ ଜଣେ ଯୁବକ ପୋଲିସ ମାଡ଼ ରେ ଗୁରୁତର ଆହତ ହୋଇଛନ୍ତି । ରାସ୍ତା ରେ ଗାଡି ରଖିବାକୁ କେନ୍ଦ୍ର କରି ଏକ ଦୋକାନରେ କାମ କରୁଥିବା ଅମିତ ସାହୁ ନାମକ ଯୁବକକୁ ପୋଲିସ ନିସ୍ତୁକ ମାଡ଼ ମାରିଛି ଫଳରେ ଗୁରୁତର ଅବସ୍ଥାରେ ଅମିତକୁ ବରଗଡ଼ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏହି ଘଟଣାରେ ଉତ୍ୟକ୍ତ ଦୋକାନୀ ମାନେ ପୋଲିସ ବିରୁଦ୍ଧରେ ନାରାବାଜି କରିବା ସହ ଥାନା ସମ୍ମୁଖରେ ୨ ଘଣ୍ଟା ଧରି ରାସ୍ତାରୋକ କରିବା ସହ ଦୋଷୀ ପୋଲିସ ବିରୁଦ୍ଧରେ ଦୃଢ଼ କାର୍ୟ।ନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ତାଙ୍କ ପୁଅକୁ ବିନା ଦୋଷରେ ପୋଲିସ ନିସ୍ତୁକ ମାଡ଼ ମାରିଥିବା ଅମିତର ମା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ବରଗଡ଼ ଡାକ୍ତରଖାନା ପରିସରରେ ଉତ୍ତେଜନା ଲାଗିରହିଛି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେରେ ରଖି ଗୋଟିଏ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି ।