ନଦୀକୁ ଡେଇଁ ବିଫଳ ପ୍ରେମିକଙ୍କ ଆତ୍ମହତ୍ୟା ଉଦ୍ୟମ: ଉଦ୍ଧାର କଲେ ସ୍ଥାନୀୟ ଲୋକେ, ପୋଲିସ ଓ ଓଡ୍ରାଫ ଟିମ୍, କିଛି ଦିନ ତଳେ ସେହି ସ୍ଥାନରେ ଆତ୍ମହତ୍ୟା କରିଥିଲେ ଦୁଇ ଭଉଣୀ

Published By : Prameya-News7 Bureau | November 27, 2020 IST

ବଲାଙ୍ଗୀର ୨୭।୧୧: ପ୍ରେମରେ ବିଫଳ ହେବା ଜାଣି ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଡିବ୍ୟାଙ୍ଗ ଯୁବକ। ତେବେ ଯୁବକ ଜଣକ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିବା ବେଳେ ପ୍ରେମରେ ବିଫଳ ହୋଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣା ପଡ଼ିଛି।

ସୂଚନା ଅନୁଯାୟୀ ବଲାଙ୍ଗୀର ଜିଲ୍ଲା ତୁଷୁରା ତେଲ ନଦୀ ବ୍ରିଜ ଉପରୁ ଜଣେ ଯୁବକ ଏକ ତିନି ଚକିଆ ବାଇକରେ ଆସି ବ୍ରିଜ ଉପରୁ ନଦୀ ଭିତରକୁ ଡେଇଁପଡ଼ିଥିଲେ । ତେବେ ସେଠାରେ ଥିବା ସ୍ଥାନୀୟ ଜନସାଧାରଣ, ତୁଷୁରା ପୋଲିସ ଏବଂ ଓ଼ଡ୍ରାପ ଟିମ୍‌ର ସଦସ୍ୟମାନେ ନଦୀ ଗର୍ଭରୁ ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ଯୁବକ ଜଣକ ଦିବ୍ୟାଙ୍ଗ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା କରଳାମୁଣ୍ଡା ବ୍ଲକ ବେଲପଡା ଗାଁର ସନ୍ତୋଷ ମିଶ୍ର ବୋଲି ଜଣା ପଡିଛି ।

{"id":368598,"sizeSlug":"large"}

ସନ୍ତୋଷ ଜଣେ ଯୁବତୀକୁ ଭଲ ପାଉଥିବା ବେଳେ ଯୁବତୀର ଭିଣୋଇ ଏହାକୁ ବିରୋଧ କରିବା ସହ ଯୁବକଙ୍କୁ ଜୀବନରେ ମାରି ଦେବାର ଧମକ ଦେଉଥିଲେ । ଏହାକୁ ନେଇ ପ୍ରେମିକ ଦିବ୍ୟାଙ୍ଗ ସନ୍ତୋଷ ମର୍ମାହତ ହୋଇ ନିଜ ପ୍ରେମିକାର ଫଟୋକୁ ଏକ ପ୍ଲାଷ୍ଟିକ ସୂତାରେ ନିଜ ବେକରେ ବାନ୍ଧି ତୁଷୁରା ତେଲ ନଦୀ ବ୍ରିଜ ଉପରୁ ତଳକୁ ଡେଇଁ ପଡ଼ିଥିଲେ । ତେବେ ତାଙ୍କୁ ସ୍ଥାନୀୟ ଲୋକଙ୍କ ସହ ପୋଲିସ ବାହିନୀ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନା ଅନୁସାରେ ଏହି ବ୍ରିଜ ଉପରୁ ନିକଟରେ ଗୁଡଭେଲାର ଦୁଇ ଭଉଣୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ, ଯାହା ଚର୍ଚ୍ଚାର ବିଷୟ ସାଜିଥିଲେ ବି ଆତ୍ମହତ୍ୟା ନା ହତ୍ୟା କି ଦୁର୍ଘଟଣା ଜନିତ ମୃତ୍ୟୁ ଆଜି ଯାଏଁ ତାହା ରହସ୍ୟ ଘେରରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.