କଳି ମେଣ୍ଟାଇବାକୁ ଯାଇ ହଣା ଖାଇଲେ, ସ୍ତ୍ରୀ ଉପରେ ରାଗରୁ ଶଳା ଓ ସଢୁଙ୍କୁ ଟାଙ୍ଗିଆରେ ଆକ୍ରମଣ

Published By : Prameya-News7 Bureau | August 10, 2020 IST

ବାଲିପାଟଣା ୧୦।୮: ସ୍ବାମୀ-ସ୍ତ୍ରୀ କଳିରେ ମହିଳାଙ୍କୁ ରକ୍ଷା କରିବାକୁ ଯାଇ ହଣା ଖାଇଲେ ଶଳା ଏବଂ ଭିଣୋଇ । ହଣାହଣିରେ ଦୁଇ ଜଣ ଆହତ ହୋଇ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି । ଆହତ ହୋଇଥିବା ଦୁଇ ଜଣ ହେଲେ ବାଲିପାଟଣା ଥାନା ବଦଳା ପାଞ୍ଚବାଟିଆ ଗ୍ରାମର ମାନସ ସ୍ବାଇଁ ଏବଂ ପପୁ ସ୍ବାଇଁ । ଏମାନଙ୍କୁ ଟାଙ୍ଗିଆରେ ହାଣିଛି ପବି ସ୍ବାଇଁ । ପବି ସ୍ବାଇଁର ଶଳା ହେଉଛି ମାନସ ଏବଂ ସଢୁ ହେଉଛି ପପୁ । 

{"id":312541,"sizeSlug":"large"}

ବାଲିପାଟଣା ଥାନା ବଦଳା ପାଞ୍ଚବାଟିଆ ଗ୍ରାମର ପବି ସ୍ବାଇଁ ଏକ ଜମିକୁ ବନ୍ଧା ପକାଇଥିଲେ । ମାତ୍ର ପବିଙ୍କ ସ୍ତ୍ରୀ ଏହାକୁ ବିରୋଧ କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ହେଉଥିଲା । ଆଜି ପବିଙ୍କ ସ୍ତ୍ରୀ ଉକ୍ତ ବନ୍ଧା ଦିଆଯାଇଥିବା ଜମିରେ ଚାଷ ପାଇଁ ଯାଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ପବି ତାଙ୍କ ସ୍ତ୍ରୀଙ୍କୁ ହାଣିବାକୁ ଏକ ଟାଙ୍ଗିଆ ନେଇ ଯାଇଥିଲେ । ଏହା ଜାଣିପାରି ଶଳା ମାନସ ଏବଂ ଶଢୁ ପପୁ, ପବିକୁ ଅଟକାଇବା ପାଇଁ ଘଟଣାସ୍ଥଳକୁ ଯାଇଥିଲେ । ପବି ସେହି ଟାଙ୍ଗିଆରେ ମାନସ ଏବଂ ପପୁଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ମାନସ ଏବଂ ପପୁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଏ ନେଇ ବାଲିପାଟଣା ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.