ଶୌଚ ହେବାକୁ ଯାଇଥିବା ବେଳେ ବ୍ୟକ୍ତିଙ୍କୁ ଭୁଜାଲି ମାଡ, ପୂର୍ବ ଶତ୍ରୁତାରୁ ଆକ୍ରମଣ ସନ୍ଦେହ
27/02/2020 at 3:30 PM

ଆନନ୍ଦପୁର ୨୭।୨: କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ମଦନପୁର ପଞ୍ଚାୟତ ସଟତିରା ଗାଁରେ ଆଜି ସକାଳୁ ସୁନିଆଁ ଅମାନ୍ତ ନାମକ ଜଣେ ବ୍ୟକ୍ତିଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ପୂର୍ବ ଶତ୍ରୁତା ଆକ୍ରମଣ କରାଯାଇଥିବା ନେଇ ସନ୍ଦେହ କରାଯାଉଛି ।
ସୂଚନାଯୋଗ୍ୟ ଯେ, ସୁନିଆଁ ଆଜି ଶୌଚ ହେବାକୁ ଯାଇଥିବା ବେଳେ ତାଙ୍କୁ ସେହି ଗ୍ରାମର ବିଭୁ ନାହାକ ନାମକ ଜଣେ ବ୍ୟକ୍ତି ଭୁଜାଲିରେ ନୃଶଂସ ଭାବେ ମୁଣ୍ଡକୁ ହାଣିଥିବା ଅଭିଯୋଗ ହୋଇଛି । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକମାନେ ଥାନାକୁ ଖବର ଦେବାପରେ ସୁନିଆଁଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇ ନାହିଁ ।
Related Posts
ପୂଜା ଭୋଗ ଖାଇ ୨୦ ଛାତ୍ରୀ ଅସୁସ୍ଥ, ଭୀମସାରରେ ଭର୍ତ୍ତି
28 January 2023