Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜଣେ ଶ୍ରମିକଙ୍କୁ ସ୍କୁଲର ପ୍ରିନ୍ସପାଲ ଓ ସିକ୍ୟୁରିଟି ଗାର୍ଡ ମିଶି ମାଡ ମାରିଥିବା ଅଭିଯୋଗ

13/06/2019 at 2:33 PM

ରାଉରକେଲା ୧୩|୬: ରାଉରକେଲା ଝାଢତରଙ୍ଗରେ ଥିବା ଆରନୋଲ୍ଡ ସ୍କୁଲରେ ଦିନ ମଜୁରିଆ ଭାବରେ ରଙ୍ଗ କାମ କରୁଥିବା ତାମିଲନାଡ଼ୁର ହେଣ୍ଡ୍ରି ଫ୍ରାନ୍ସି ବିନିଙ୍କୁ ସ୍କୁଲର ପ୍ରିନ୍ସପାଲଙ୍କ ସହ ସିକ୍ୟୁରିଟି ଗାର୍ଡ ମିଶି ମାଡ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଝାଢତରଙ୍ଗ ଥାନାରେ ଅଭିଯୋଗ ହୋଇଛି । ପୀଡିତ ହେଣ୍ଡ୍ରି ଫ୍ରାନ୍ସିକୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ପୀଡିତ ହେଣ୍ଡ୍ରି କାମ କରିବା ସମୟରେ ସ୍କୁଲ ପରିସରରେ ଥିବା ପାଣି ପାଇପରେ ଗାଧୋଇବାକୁ ଯାଇଥିବା ସ୍ମୁଲ ପରିସରରେ ଥିବା ଆମ୍ବ ଗଛରେ ଆମ୍ବ ଫଳିଥିବାରୁ ଗଛରୁ ୫ ୬ଟି ଆମ୍ବ ତୋଳିବାରୁ ସ୍କୁଲର ଜଣେ କର୍ମଚାରୀ ତାଙ୍କୁ ଗାଳି ଗୁଲଜ କରିବା ପରେ ପ୍ରିନ୍ସିପାଲ ଓ ସିକ୍ୟୁରିଟି ଗାର୍ଡ ମିଶି ନିସ୍ତୁକ ମାଡ ମାରିଥିବାର ଅଭିଯୋଗ ହୋଇଛି । ଖବର ପାଇଁ ସ୍ଥାନୀୟ ଲୋକେ  ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ମାଡ ମାରିଥିବା ବ୍ୟକ୍ତିମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ପୀଡିତ ଦାବି କରିଛନ୍ତି । ଏହି ଘଟଣାରେ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

   Related Posts