ଟିଟିଲାଗଡ଼ରେ ଘରେ ପଶି ଛୁରା ମାଡ କଲେ ଦୁର୍ବୁର୍ତ୍ତ
30/09/2018 at 12:09 PM

ବଲାଙ୍ଗୀର ୩୦/୯ : ଟିଟିଲାଗଡ଼ରେ ପୁଣି ଘରେ ପଶି ଛୁରା ମାଡ କରିଛନ୍ତି ଦୁର୍ବୁର୍ତ୍ତ | ଘଟଣା ଟି ଘଟିଛି ଟିଟିଲାଗଡ଼ର ଟାଙ୍ଗର ପଡlର ସତ୍ୟ ନାରାୟଣ ସିଂ ବାବୁ ଙ୍କ ଘରେ | ଗତ ରାତି ପ୍ରାୟ ୧୧ଟା ସମୟରେ ନିଜ ଘରେ ଶୋଇଥିବା ସମୟରେ ଜନୈକ ଯୁବକ ଘର ଭିତରକୁ ଚୋରି ଉଦ୍ଦେଶ୍ୟରେ ପଶିବାର ଦେଖିଥିଲେ l ତାକୁ କାବୁ କରିବା ପାଇଁ ଚେଷ୍ଟା କରିଥିଲେ ଘରଲୋକ | ଉକ୍ତ ଯୁବକ ଜଣକ ହାତରେ ଧରିଥିବା ଛୁରୀରେ ସତ୍ୟକୁ ଆକ୍ରମଣ କରି ଫେରାର୍ ହୋଇଯାଇଥିଲା l ସତ୍ୟ ନାରାୟଣଙ୍କ ପିଠିରେ ଗଭୀର ଆଘାତ ଲାଗିଛି l ତାଙ୍କୁ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l
Related Posts
କଟକରେ ଜିଏସ୍ଟି ରେଡ୍, ଦୋକାନ ସମେତ ବିଭିନ୍ନ ସ୍ଥାନରେ ଚଢାଉ
7 February 2023
ଟ୍ରକ୍ ସହ ଧକ୍କା ହେଲା ମୋପେଡ, ଜଣେ ମୃତ ଓ ଜଣେ ଗୁରୁତର
7 February 2023
ନବ ଦାସ ହତ୍ୟା ତନାଘନା, ଝାରସୁଗୁଡ଼ା ଯିବ ଜଷ୍ଟିସ୍ ଜେ.ପି ଦାସ
7 February 2023