ଟ୍ରାଫିକ୍‌ ନିୟମ ଉଲଂଘନ କରିବାରୁ ଅଟକାଇଲେ ମହିଳା ହୋମଗାର୍ଡ, ଛୁରା ମାଡ଼ କରି ପଳାଇଲା ଯୁବକ

Published By : Prameya-News7 Bureau | December 13, 2021 IST

ରାୟଗଡା, ୧୩/୧୨: ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁର ଠାରେ ଜଣେ କାର୍ଯ୍ୟରତ ମହିଳା ହୋମଗାର୍ଡଙ୍କୁ ହୋଇଛି ଛୁରା ମାଡ। ଜଣେ ଯୁବକ ହୋମଗାର୍ଡ ରୀନା ବିଡିକାଙ୍କୁ ଛୁରା ମାରି ଫେରାର ହୋଇଯାଇଛି। ଗୁରୁତର ଅବସ୍ଥାରେ କନେଷ୍ଟବଳ ରୀନାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଛି। ଘଟଣା ଭିଆଇଥିବା ଯୁବକଙ୍କୁ ଧରିବା ପାଇଁ ପୋଲିସର ତନାଘନା ଜାରି ରହିଛି।

ଘଟଣାରୁ ପ୍ରକାଶ ଯେ ହୋମଗାର୍ଡ ରୀନା ଜେକେପୁର ସ୍ଥିତ ଗୋପବନ୍ଧୁ ଛକରେ ଟ୍ରାଫିକ ଡ୍ୟୁଟିରେ ଥିଲେ। ସେହି ସମୟରେ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଯୁବକକୁ ଅଟକାଇବା ପାଇଁ ହୋମଗାର୍ଡ ରୀନା ଉଦ୍ୟମ କରିଥିଲେ। ହେଲେ ଯୁବକ ଜଣକ ସେହି ସମୟରେ ରୀନାଙ୍କୁ ଛୁରା ମାରି ଦେଇଥିଲେ। ତାଙ୍କୁ ଛୁରା ମାଡ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଯୁବକ ଜଣକ। ସ୍ଥାନୀୟ ବାସିନ୍ଦା ଓ ଚାନ୍ଦିଲି ପୋଲିସ ରୀନାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇ ଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଚ୍ଚ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ତାଙ୍କର ଅବସ୍ଥା ଗୁରୁତର ଥିବା ଡାକ୍ତର କହିଛନ୍ତି। ଏଣେ ଛୁରା ମାରିଥିବା ଯୁବକଙ୍କ ପତ୍ତା ମିଳିନାହିଁ। ତାକୁ ଠାବ କରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.