ଗର୍ଭବତୀ ପତ୍ନୀର ପେଟକୁ ଗୋଇଠା ମାରି ହତ୍ୟା କଲା ନିର୍ଦ୍ଦୟ ସ୍ବାମୀ, ଥାନାରେ ଅଟକ…
21/03/2023 at 9:08 PM

ନୂଆଦିଲ୍ଳୀ, ୨୧/୦୩: ପାରିବାରିକ କଳହର କରୁଣ ପରିଣତି… ସଇତାନ ସାଜିଲା ସ୍ୱାମୀ… ନିର୍ମମ ଭାବେ ଗର୍ଭବତୀ ସ୍ତ୍ରୀର ପେଟକୁ ଗୋଇଠା ମାରି କଲା ହତ୍ୟା। ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ଉଦଳା ଥାନା ଖଣ୍ଡାଚିରା ଗ୍ରାମରେ। ଗ୍ରାମର ଦାମ ମୁର୍ମୁ ନିଜର ଗର୍ଭବତୀ ସ୍ତ୍ରୀ’କୁ ହତ୍ୟା କରିଛି । ସୋମବାର ରାତିରେ ସ୍ବାମୀ ଦାମ୍ ଏବଂ ସ୍ତ୍ରୀ ଗୋଲାପୀ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ବଚସା ଏତେ ଉଗ୍ର ରୂପ ନେଇଥିଲା ଯେ ନିଜର ୩ ମାସର ଗର୍ଭବତୀ ସ୍ତ୍ରୀ ପେଟରେ ବାରମ୍ବାର ଗୋଇଠା ମାରିଥିଲା ଦାମ ।
ଯାହାଫଳରେ ଗୋଲାପୀ ଗୁରୁତର ହୋଇପଡିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଦେଢ ବର୍ଷ ପୂର୍ବେ ଉଭୟଙ୍କ ପ୍ରେମ ବିବାହ ହୋଇଥିଲା। ଗୋଲାପୀଙ୍କ ପରିବାର ଲୋକେ ଅକୁ ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ଅଭିଯୋଗ କରିବା ପରେ ପୋଲିସ୍ ସ୍ୱାମୀ, ଶ୍ୱଶୁର ଏବଂ ଶାଶୁକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି ।