AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ୱାଇ: ଗୁଲମର୍ଗ ସ୍କିଂ ରିସର୍ଟରେ ହିମସ୍ଖଳନ, ଫସିଲେ ଅନେକ ବିଦେଶୀ ଟୁରିଷ୍ଟ
  • ||
  • ନବ ଦାସ ହତ୍ୟା ମାମଲା, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଜେ.ପି ଦାସ କରିବେ ତଦନ୍ତର ତଦାରଖ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଟ୍ୱିନସିଟିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ବଜେଟ୍: ସୁନା-ରୁପା, ସିଗାରେଟ୍ ମହଙ୍ଗା, ଶସ୍ତା ହେଲା ଟିଭି ଉପକରଣ ଓ ସାଇକେଲ୍, ଖେଳନା
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ଢେଙ୍କାନାଳ: ରାସ୍ତାରେ ଓଲଟିପଡ଼ିଲା ଯାତ୍ରୀବାହୀ ଅଟୋ, ୯ ଆହତ
  • ||

ଝିଆରୀର ମାଙ୍ଗଳିକ ଦୋଷ ଦୂର କରିବା ପାଇଁ ୪ବର୍ଷ ଧରି ଦୁଷ୍କର୍ମ କରୁଥିଲା ଦାଦା ; ଅଭିଯୁକ୍ତ ଦାଦାକୁ ଗିରଫ କଲା ପୋଲିସ

2/10/2018 at 4:06 PM

ନୂଆଦିଲ୍ଲୀ ୨|୧୦:  ଦିଲ୍ଲୀରେ ଜଣେ ବ୍ୟକ୍ତି ନିଜ ଝିଆରୀର ମାଙ୍ଗଳିକ ଦୋଷ ଦୂର କରବା ପାଇଁ ଚାରି ବର୍ଷ ଧରି ଦୁଷ୍କର୍ମ କରିଥିବା ଘଟଣା ନଜରକୁ ଆସିଛି।ପୀଡିତାର ଅଭିଯୋଗ ପରେ ଦିଲ୍ଲୀ ପୋଲିସ ଅଭିଯୁକ୍ତ ଦାଦାକୁ ଗିରଫ କରିଛି ।

ଏଭଳି ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି । ଦୀର୍ଘ ଚାରି ବର୍ଷ ଧରି ନିଜ ଝିଆରୀକୁ ଦୁଷ୍କର୍ମ କରିଥିଲେ ଦାଦା । ଯେତେବେଳେ ପୀଡିତାଙ୍କୁ ୧୯ବର୍ଷ ବୟସ ହୋଇଥିଲା ଦାଦା ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ସେ ଅଭିଯୋଗ କରିଛନ୍ତି । ତାଙ୍କର ମାଙ୍ଗଳିକ ଦୋଷ ରହିଛି ଏବଂ ତାକୁ ନିବାରଣ କରାନଗଲେ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଯିବ ବୋଲି ଦାଦା ତାଙ୍କୁ କହିଥିଲେ । ବାପାଙ୍କ ମୃତ୍ୟୁ ହୋଇଯିବା କଥା ଶୁଣି ସେ ଦାଦାଙ୍କ କଥାରେ ରାଜି ହୋଇଯାଇଥିଲେ । ତାଙ୍କୁ ଏଭଳି ଭାବେ ଡରାଇ ଦାଦା ତାଙ୍କ ସହ ଦୁଷ୍କର୍ମ କରିଥିଲେ । ମଣିଷପଣିଆ ସହ ସଂପର୍କକୁ ଖାତିର ନକରି ତାଙ୍କ ଦାଦା ଚାରି ବର୍ଷ ଧରି ପୀଡିତାଙ୍କ ସହ ଦୁଷ୍କର୍ମ କରିଥିଲେ ।

ପୀଡିତାଙ୍କ ବିବାହ ପରେ ମଧ୍ୟ ଦାଦା ତାଙ୍କ ସହ ଏଭଳି ଦୁଷ୍କର୍ମ କରୁଥିଲେ । ବିବାହ ପରେ ମଧ୍ୟ ତାଙ୍କୁ ଡକାଇ ତାଙ୍କ ସହ ଦୁଷ୍କର୍ମ କରିବାକୁ ଲାଗିଲେ । ଏଭଳି ସବୁବେଳେ ହେବା ଦ୍ବାରା ପୀଡିତା ଆଉ ସହ୍ୟ କରିପାରିନଥିଲେ । ସେ ସବୁ ଘଟଣା ତାଙ୍କ ଶ୍ବଶୁରଙ୍କୁ କହିଥିଲେ । ବୋହୂଠାରୁ ଏଭଳି କଥା ଶୁଣିବା ପରେ ଦିଲ୍ଲୀ ସ୍ଥିତ ନରେଲା ଥାନାକୁ ତାଙ୍କୁ ନେଇଯାଇଥିଲେ । ପୀଡିତା ଥାନାରେ ଦାଦାଙ୍କ ବିରୋଧରେ ଅଭିଯୋଗ କରିଥିଲେ । ପୀଡିତାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ଦାଦା ବିରୋଧରେ ମାମଲା ଦାୟର କରି ତାଙ୍କୁ ଗିରଫ କରିଛି ପୋଲିସ ।

   Related Posts