scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ବଡବାପାଙ୍କ ଦଶାହକୁ ଯାଇନଥିଲେ ସ୍ତ୍ରୀ, ରାଗିଯାଇ ସ୍ତ୍ରୀକୁ ଛୁରୀଭୁସିଥିଲା ସ୍ବାମୀ

21/11/2023 at 12:01 PM

ଭୁବନେଶ୍ବର ୨୧।୧୧: ଭୁବନେଶ୍ବର ବରମୁଣ୍ଡା କୃତିବନ୍ଧୁ ଆପାର୍ଟମେଣ୍ଟରେ ସ୍ତ୍ରୀକୁ ଛୁରୀଭୁସି ହତ୍ୟା ଉଦ୍ୟମ ଘଟଣାରେ ଅଭିଯୁକ୍ତ ସ୍ୱାମୀ ସପନ କରକୁ ଗିରଫ କଲା ପୋଲିସ । ପାରିବାରିକ କଳହ ପାଇ ସ୍ତ୍ରୀକୁ ହତ୍ୟା ଉଦ୍ୟମ କରିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ତେବେ ଦୀର୍ଘ ଦୁଇ ବର୍ଷ ହେବ ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା ।

ଅଭିଯୁକ୍ତ ସପନର ବଡ଼ ବାପାଙ୍କ ଦଶାହକ୍ରିୟାକୁ ସ୍ତ୍ରୀ ମଧୁସ୍ମିତା ଯାଇ ନଥିଲେ । ଯାହାକୁ ନେଇ ରାଗି ଯାଇଥିଲେ ସ୍ୱାମୀ ସପନ କର । ତେବେ ସେଥିପାଇଁ ସ୍ତ୍ରୀକୁ ଛୁରୀଭୁସିଥିଲେ ବୋଲି ଜଣାପଡିଛି । ଆକ୍ରମଣ ପରେ ମଧୁସ୍ମିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ସୋମବାର ଏଭଳି ଘଟଣା ଘଟିବା ପରେ ଘଟଣାସ୍ଥଳରେ ଭରତପୁର ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଖୋଳତାଡ କରିଥିଲେ ।

ସୂଚନାଯୋଗ୍ୟ ଯେ, ସବୁଦିନ ଭଳି ସୋମବାର ପୂର୍ବାହ୍ନ ୧୧ଟାରେ ମଧୁସ୍ମିତା ଉକ୍ତ ଅଫିସକୁ ଯାଇଥିଲେ । ସପନ ଅପରାହ୍ନ ସାଢ଼େ ୧ଟାରେ ଉକ୍ତ ଅଫିସ୍‌ରେ ପହଞ୍ଚିଥିଲେ । କାନ୍ଧରେ ଏକ ବ୍ୟାଗ୍‌ ପକାଇଥିଲେ । ପୂର୍ବ ଝଗଡାକୁ ସେଠାରେ ଯୁକ୍ତିତର୍କ ହୋଇଥିଲା । ସପନ ପ୍ରଥମେ ମଧୁସ୍ମିତାଙ୍କୁ ୨ଟି ଚାପୁଡା ମାରିଥିଲେ । ମଧୁସ୍ମିତା ଠେଲିଦେବାରୁ ସପନ ଉତ୍‌କ୍ଷିପ୍ତ ହୋଇ ବ୍ୟାଗ୍‌ରୁ ଏକ ଛୁରି କାଢ଼ି ତାଙ୍କୁ ଭୁସି ଚାଲିଲେ । ମଧୁସ୍ମିତାଙ୍କ ଚିତ୍କାରରେ ଅଫିସ୍‌ରେ ଅନ୍ୟ କର୍ମଚାରୀମାନେ ସେଠାରେ ପହଞ୍ଚି ସପନଙ୍କୁ ବହୁ କଷ୍ଟରେ କାବୁ କରିଥିଲେ । ଆକ୍ରମଣର ପୁରା ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି । ପୋଲିସ ଏହି ଫୁଟେଜ୍‌କୁ ଜବତ କରିଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମଧୁସ୍ମିତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଏମ୍ସ ପଠାଇ ଦିଆଯାଇଛି । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ ରହିଛି । ବୁଧବାର ସପନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ପୋଲିସ କହିଥିଲା ।

ପୋଲିସ ସୂତ୍ରରୁ ପ୍ରକାଶ, ବାଲେଶ୍ୱର ସୋର ଥାନା ଅଧୀନ ଖରିଡ଼ା ଅଞ୍ଚଳର ସପନଙ୍କୁ ୨୦୧୮ ମସିହାରେ ମଧୁସ୍ମିତା ବାହା ହୋଇଥିଲେ । ଉଭୟଙ୍କ ୫ ବର୍ଷର ପୁତ୍ର ଅଛି । ୨୦୧୮ରୁ ୨୦୨୧ ଯାଏଁ ଉଭୟଙ୍କ ବୈବାହିକ ଜୀବନ ଠିକ୍‌ଠାକ୍‌ ଚାଲିଥିଲା । କୌଣସି କାରଣରୁ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେଲା । ମଧୁସ୍ମିତା ସୋର ଥାନାରେ ସପନଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ । ସେବେଠୁ ସେ ପୁଅକୁ ଧରି ବାପା ଘରେ ରହୁଛନ୍ତି । ସପନ ମହାରାଷ୍ଟ୍ରର ପୁନେରେ ଥିବା ‘ସ ଅଲ୍‌ ଡେ ବାର୍‌’ରେ ରୋଷେୟା ଭାବେ ଚାକିରି କରୁଥିଲେ । ଗତ ୭ ତାରିଖରେ ତାଙ୍କ ବଡ଼ବାପାଙ୍କ ଦଶାହ କାର୍ଯ୍ୟ ପାଇଁ ସେ ବାଲେଶ୍ୱର ଯାଇଥିଲେ । ଦଶାହରେ ମଧୁସ୍ମିତା ଯୋଗ ନଦେବାରୁ ସେ ରାଗି ଯାଇଥିଲେ ବୋଲି ସପନ ଜେରା ବେଳେ କହିଛନ୍ତି ।

You Can Read :

   Related Posts