ଅଯୋଧ୍ୟାରୁ ତୀର୍ଥଯାତ୍ରୀ ଧରି ଫେରୁଥିବା ଟ୍ରେନରେ ନିଆଁ ଲଗାଇବା ପାଇଁ ଧମକ, ବଢିଲା ଉତ୍ତେଜନା, ଜଣେ ଗିରଫ

Published By : Prameya-News7 Bureau | February 24, 2024 IST

ନୂଆଦିଲ୍ଲୀ: ଅଯୋଧ୍ୟାରୁ ଫେରୁଥିବା ଟ୍ରେନରେ ନିଆଁ ଲଗାଇବା ଧମକ ଦିଆଯାଇଥିବା ମାମଲା ସାମନାକୁ ଆସିଛି । ବେଙ୍ଗାଲୁରୁ ପୋଲିସ ଏହାକୁ ନେଇ ୩ ଜଣ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଧାର୍ମିକ ଭାବାନକୁ ଆଘାତ ଦେଇ ଉତ୍ତେଜନା ସୃଷ୍ଟି କରିବା ମାମଲା ରୁଜୁ କରିଛି । ଏହି ସ୍ପେଶାଲ ଟ୍ରେନ୍ ଅଯୋଧ୍ୟାରୁ କର୍ଣ୍ଣାଟକର ମହୀଶୂରକୁ ତୀର୍ଥଯାତ୍ରୀଙ୍କୁ ଧରି ଫେରୁଛି । ଯାତ୍ରୀଙ୍କ କହିବା ଅନୁସାରେ ତିନି ଅଭିଯୁକ୍ତ ଶୁକ୍ରବାର ରାତି ପ୍ରାୟ ୮.୩୦ ମିନିଟରେ ଟ୍ରେନର ଅନ୍ୟ ବଗି ଚଢିଥିଲେ । ଏହି ସମୟରେ ଯେତେବେଳେ ରାମ ଭକ୍ତମାନେ ଜୟ ଶ୍ରୀ ରାମ ନାରା ଦେଇଥିଲେ, ସେତେବେଳେ ସେମାନେ ରେଳ ଗାଡ଼ିକୁ ଜଳାଇ ଦେବା ପାଇଁ ଧମକ ଦେଇଥିଲେ । ଏହାକୁ ନେଇ ଟ୍ରେନରେ ଥିବା ଅନେକ ଯାତ୍ରୀ ଉତ୍ତେଜିତ ହୋଇଥିଲେ ଏବଂ ସେମାନଙ୍କୁ କାବୁ କରିଥିଲେ । ଏହାପରେ ସେମାନେଙ୍କୁ ରେଲୱେ ପୋଲିସ ବଳକୁ ହସ୍ତାନ୍ତର କରିଥିଲେ । ତେବେ ପୋଲିସ ଏମାନଙ୍କୁ ହେପାଜତକୁ ନେଇ ନଥିଲା, ତେଣୁ ପୁଣି ଥରେ ହଙ୍ଗମା ଆରମ୍ଭ ହୋଇଥିଲା ।

ପୋଲିସ ସୂଚନା ଅନୁସାରେ ଏହି ଖବର ବ୍ୟାପିବା ପରେ କର୍ଣ୍ଣାଟକ ବିଜେପିର ଶତାଧିକ କାର୍ଯ୍ୟକର୍ତ୍ତା ଏବଂ ସମର୍ଥକ ରେଲୱେ ଷ୍ଟେସନରେ ଏକାଠି ହୋଇଥିଲେ । ନିଜ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ । ପରିସ୍ଥିତି ବିଗୁଡ଼ିଥିବା ଦେଖି ବେଲ୍ଲାରୀ ଏସପି ବିଏଲ ଶ୍ରୀହରିବାବୁ ଅନେକ ଅନେକ ପୋଲିସ କର୍ମୀଙ୍କୁ ଧରି ରେଲୱେ ଷ୍ଟେସନ ପହଞ୍ଚିଥିଲେ । ସେ କହିଛନ୍ତି, 'ଆମେ ଏହି ଘଟଣାରେ ହୋସପେଟର ଜଣେ ବାସିନ୍ଦାକୁ ହେପାଜତକୁ ନେଇଛୁ । ଏହାସହ ତା’ ବିରୋଧରେ ଆଇପିସିର ବିଭିନ୍ନ ମାମଲା ରୁଜୁ କରାଯାଇଛି । ଅନ୍ୟ ଦୁଇ ଜଣଙ୍କୁ ଖୋଜା ଚାଲିଛି'।

ପଢନ୍ତୁ: ଆଗାମୀ ଜୁଲାଇ-ଅଗଷ୍ଟ ମାସରେ ଶ୍ରୀକ୍ଷେତ୍ରରୁ ଅଯୋଧ୍ୟାକୁ ଚାଲିବ ସ୍ବତନ୍ତ୍ର ଟ୍ରେନ୍ : କେନ୍ଦ୍ର ରେଳମନ୍ତ୍ରୀ

ବିଜେପି ନେତା ଏହି ଘଟଣାକୁ ନିନ୍ଦା କରିଛନ୍ତି । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହାକୁ ନେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ଭୋଟ୍ ବ୍ୟାଙ୍କ ପାଇଁ ଏହିପରି ଘଟଣାକୁ ବଢାଉଛି । ଏପରି ଧମକ ଦେଉଥିବା ଲୋକଙ୍କୁ ଦଣ୍ଡିତ କରାଯିବ ଦରକାର । ଏହାସହ ଏହି ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଦାବି କରିଛି ବିଜେପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.