କୁକୁର ମାଂସ ଖାଇବାକୁ ମନ ବଳାଇଲା : ନ ରାନ୍ଧିବାରୁ ସ୍ତ୍ରୀ ଓ ମା’ଙ୍କୁ ଟାଙ୍ଗିଆରେ କଲା ଆକ୍ରମଣ ଉଦ୍ୟମ, ଜାଳିଦେଲା ଘର

Published By : Prameya-News7 Bureau | November 30, 2020 IST

ଢେଙ୍କାନାଳ ୩୦।୧୧: କୁକୁର ମାଂସ ସ୍ତ୍ରୀ ରୋଷେଇ କରି ଖାଇବାକୁ ନଦେବାରୁ ଘର ଜାଳିଦେଲା ଯୁବକ। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡରେ ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା କଙ୍କଡାହାଡରର କୀର୍ତ୍ତନପୁର ଗାଁର ଶୁକଦେବ ପଧାନ ନିଶାସକ୍ତ ଅବସ୍ଥାରେ ଏକ କୁକୁର ନେଇ ଘରକୁ ଆସିଥିଲା । କୁକୁରକୁ କାଟି ମାଂସ ରୋଷେଇ କରି ଖାଇବାକୁ ଦେବା ପାଇଁ ଘରେ ନିଜ ମା’ ଓ ସ୍ତ୍ରୀକୁ କହିଥିଲା । ଶୁକଦେବର ମା’ ଓ ସ୍ତ୍ରୀ ଏଥିରେ ରାଜି ନହେବାରୁ ଉତ୍ତ୍ୟକ୍ତ ହୋଇ ସେମାନଙ୍କୁ ଗାଳିଗୁଲଜ କରିବା ସହ ଟାଙ୍ଗିଆରେ ହାଣିବାକୁ ଗୋଡାଇଥିଲା । ମା’ ଓ ସ୍ତ୍ରୀ ଦୁଇ ଛୁଆଙ୍କୁ ଧରି ଭୟରେ ଘରୁ ପଳାଇଯାଇ ପଡୋଶୀଙ୍କ ଘରେ ଆଶ୍ରୟ ନେଇଥିଲେ ।

ଏହି ସମୟ ଭିତରେ କୁକୁରଟି କେଉଁଆଡେ ପଳାଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଶୁକଦେବ ନିଶାଶକ୍ତ ଅବସ୍ଥାରେ ନିଜ ଘରକୁ ଜାଳି ଦେଇଥିଲା । ଘଟଣା ପରେ ଶୁକଦେବଙ୍କ ମା’ ଓ ସ୍ତ୍ରୀ ଅତିଷ୍ଠ ହୋଇ କଙ୍କଡ଼ାହାଡ଼ ଥାନାରେ ଲିଖିତ ଏତଲା ଦେବା ପରେ ଶୁକଦେବକୁ ଗିରଫ କରିଛି ପୋଲିସ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.