ପତ୍ନୀଙ୍କୁ ଛାଡପତ୍ର ଦେବାକୁ ଧମକ ଦେଇ ଶାଶୁଙ୍କ ସହ ଯୁବକ କଲେ ଏଭଳି କାମ, ତାପରେ...

Published By : Prameya-News7 Bureau | August 04, 2019 IST

ହାଇଦ୍ରାବାଦ ୪|୮: ତେଲେଙ୍ଗାନାରେ ଶାଶୁ ସହ ଜ୍ବାଇଁ ଦୁଷ୍କର୍ମ କରିଥିବା ଖବର ସାମ୍ନାକୁ ଆସିଛି । ହାଇଦ୍ରାବାଦରେ ଘଟିଥିବା ଏଭଳି ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଜଣେ ୨୭ବର୍ଷ ବୟସ୍କ ଯୁବକ ତାଙ୍କ ଶାଶୁଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଯୁବକ ଜଣଙ୍କ ତାଙ୍କ ପତ୍ନୀଙ୍କୁ ଛାଡପତ୍ର ଦେବାକୁ ଧମକ ଦେଇ ତାଙ୍କ ସହ ଏଭଳି ଘୃଣ୍ୟ କାମ କରିଥିବା ପୀଡିତା ଅଭିଯୋଗ କରିଛନ୍ତି । ପୀଡିତାଙ୍କ ଅଭିଯୋଗ ଆଧାରରେ ଯୁବକଙ୍କୁ ଗିରଫ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଜୁଲାଇ ୩୧ ତାରିଖରେ ଏଭଳି ଘଟଣା ଘଟିଥିଲା । ବର୍ଷେ ପୂର୍ବେ କାଣ୍ଡିକଲରେ ରହୁଥିବା ଯୁବକଙ୍କ ବିବାହ ପୀଡିତା ମହିଳାଙ୍କ ଝିଅ ସହ ହୋଇଥିଲା । ଗତ ବୁଧବାର ଦିନ ଯୁବକ ଜଣଙ୍କ ମହିଳାଙ୍କୁ ଜୋରଜବରଦସ୍ତ ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲା । ସେଠାରେ ଯୁବକ ଜଣଙ୍କ ମହିଳାଙ୍କ ସହ ଦୁଷ୍କର୍କ କରିଥିଲେ । ଏହାପରେ ଯୁବକ ଜଣଙ୍କ ମହିଳାଙ୍କୁ ଘରେ ଛାଡିଦେଇଥିଲେ । ଯୁବକ ଜଣଙ୍କ ପୀଡିତା ମହିଳାଙ୍କ ଝିଅ ତଥା ପତ୍ନୀଙ୍କୁ ଛାଡପତ୍ର ଦେବା ଧମକ ଦେଇ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ । ଏ ବିଷୟରେ କାହାକୁ କିଛି ନକହିବା ପାଇଁ ମଧ୍ୟ ଯୁବକ ଜଣଙ୍କ ମହିଳାଙ୍କୁ ଧମକ ଦେଇଥିଲେ ।  ମାତ୍ର ମହିଳା ଜଣଙ୍କ ଜ୍ବାଇଁଙ୍କ ଧମକରେ ଭୟଭୀତ ନହୋଇ ମୁହଁ ଖୋଲିଥିଲେ । ଥାନାରେ ଜ୍ବାଇଁଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ପୋଲିସ ମହିଳାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ଅଭିଯୁକ୍ତ ଯୁବକଙ୍କ ବିରୋଧରେ ଆଇପିସିର ଧାରା ୩୭୬ ଏବଂ ୫୦୦ ଆଧାରରେ ମାମଲା ରୁଜୁ କରି ଯୁବକଙ୍କୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.