କୁକୁରକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ୪୦ବର୍ଷ ବୟସ୍କ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | July 27, 2020 IST

ଥାଣେ ୨୭/୭: ମହାରାଷ୍ଟ୍ରର ଥାଣେ ଜିଲ୍ଲାରୁ ଏକ ଏପରି ମାମଲା ସାମନାକୁ ଆସିଛି ଯେଉଁଠାରେ ଜଣେ ୪୦ବର୍ଷ ବୟସ୍କ ବ୍ୟକ୍ତି ବିରୋଧରେ କୁକୁରକୁ ଦୁଷ୍କର୍ମ କରିବାର ଅଭିଯୋଗ ହୋଇଛି। ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଛି। ପୋଲିସ୍ ଅଭିଯୁକ୍ତ ସହ ପଚରାଉଚୁରା ଚଳାଇଛି।

ଏହି ଘଟଣା ମଙ୍ଗଳବାର ସନ୍ଧ୍ୟା ପାଖାପାଖି ୪.୩୦ରେ ବାଗଲେ ଏଷ୍ଟେଟର ଏକ ଫୁଟ ଓଭରବ୍ରିଜଠାରେ ଘଟିଥିଲା। ଜଣେ ପଶୁ କର୍ମଚାରୀଙ୍କ ଅଭିଯୋଗ ପରେ ଅଭିଯୁକ୍ତକୁ ପୋଲିସ୍ ଗିରଫ କରିଛି।

ଅଭିଯୁକ୍ତ ବିରୋଧରେ ଆଇପିସି ଧାରା ୩୭୭ ଏବଂ କ୍ରୃରତା ଅଧିନିୟମର ନିୟମ ଅନୁସାରେ ଅଭିଯୋଗ ହୋଇଛି। ଅଧିକାରୀ କହିଛନ୍ତି ଯେ ଘଟଣାଟି ମଙ୍ଗଳବାର ହୋଇଛି ଏବଂ ଏହା ଶନିବାର ଯୋଜନା କରାଯାଇଥିଲା।

ବର୍ତ୍ତମାନ ଅଭିଯୁକ୍ତକୁ ପୋଲିସ୍ ହେପାଜତରେ ରଖାଯାଇଛି। ସୂଚନା ମୁତାବକ ତାକୁ ପଚରାଉଚୁରା କରାଯାଉଛି। ଅଭୀଯୁକ୍ତ ପୂର୍ବରୁ ମଧ୍ୟ ପଶୁଙ୍କ ସହ ଏପରି ଦୁରାଚାର କରିସାରିଛି। ତା’ର ମାନସିକ ସ୍ବାସ୍ଥ୍ୟର ମଧ୍ୟ ପରୀକ୍ଷା କରାଯାଉଛି।

ଏପଟେ ପୀଡ଼ିତ କୁକୁରକୁ ମଧ୍ୟ ଖୋଜା ଚାଲିଛି। ତା’ର ମେଡିକାଲ୍ ଚେକ୍ ଅପ୍ କରାଯିବ। ମେଡିକାଲ୍ ରିପୋର୍ଟରେ ଯଦି ଦୁଷ୍କର୍ମ କରାଯାଇଥିବା ସାବ୍ୟସ୍ତ ହେବ ତେବେ ଅଭିଯୁକ୍ତକୁ ଦଣ୍ଡ ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.