ସରକାରୀ ଚାକିରି କରାଇଦେବାକୁ କହି ଠକିଥିଲେ ଲକ୍ଷାଧିକ ଟଙ୍କା, ଗିରଫ କଲା ପୋଲିସ

Published By : Prameya-News7 Bureau | January 28, 2024 IST

ପାଟଣା: ସରକାରୀ ଚାକିରି କରାଇଦେବାକୁ କହି ଠକୁଥିଲେ। ଆଉ ଏବେ ପୋଲିସ୍‌ କବ୍‌ଜାରେ। ଏଭଳି ଜଣେ ଠକକୁ ଗିରଫ କରିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ପୋଲିସ। ଗିରଫ ଯୁବକ ହେଲେ ସଦର ଥାନା କୁମୁଣ୍ଡି  ତଳଜାଗର ର ରାଧାକାନ୍ତ ମହାନ୍ତ ପୁଅ ଦେବାନନ୍ଦ ମହାନ୍ତ ।

ସୂଚନା ଅନୁଯାୟୀ, ଦେବାନନ୍ଦ ଭୁବନେଶ୍ୱରରେ ଏକ କୋଚିଂ ସେଣ୍ଟରରେ ଅନଲାଇନ କୋଚିଂ ନେଉଥିବା ସମୟରେ ଜୁମ୍‌ ଆପ୍‌ ମାଧ୍ୟମରେ ଆଶାୟୀଙ୍କ ଫୋନ ନମ୍ବର ସଂଗ୍ରହ କରି ଫୋନ ଯୋଗେ କଥା ହୋଇଥିଲା। ଏମାନଙ୍କୁ ନିଜେ DSEର ଜଣେ କର୍ମଚାରୀ ବୋଲି କହିବା ସହ ଟଙ୍କା ଦେଲେ ହାଇସ୍କୁଲରେ ଖେଳ ଶିକ୍ଷକ, ଆରଆଇ ଏବଂ ପିଇଓ ପଦବୀରେ ଚାକିରି କରାଇଦେବାକୁ କହିଥିଲା।

ଆହୁରି ପଢ଼ନ୍ତୁ: ପାଣିଟାଙ୍କି ଉପରେ ଚଢି ଶ୍ରମିକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କରିବାକୁ ନାକେଦମ୍ ଅଗ୍ନିଶମ କର୍ମଚାରୀ

ଖାଲି ସେତିକିନୁହେଁ ପ୍ରାର୍ଥୀଙ୍କ ଠାରୁ ସମସ୍ତ ସାର୍ଟିଫିକେଟ ନେବା ସହ ବିଭିନ୍ନ ମାଧ୍ୟମରେ ଲୁଟୁଥିଲା ଲକ୍ଷ ଲକ୍ଷ ଟଙ୍କା। ପୁଣି ଚାକିରି ନମିଳିଲେ ଟଙ୍କା ଫେରାଇଦେବାକୁ କହି କୋର୍ଟ ପେପରରେ ମଧ୍ୟ ଚୁକ୍ତି କରିଥିଲା। ତେବେ OSSTET ପରୀକ୍ଷାରେ ପ୍ରାର୍ଥୀଙ୍କ କମ୍‌ ନମ୍ବର ଆସିବାରୁ ସନ୍ଦେହ ଉପୁଜିବା ପରେ ଆଶାୟୀ ପ୍ରାର୍ଥୀ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଦେବାନନ୍ଦ ବିଭିନ୍ନ ଆଳ ଦେଖାଇ ପ୍ରାର୍ଥୀଙ୍କୁ ବିଭିନ୍ନ ସମୟରେ ଠକି ଚାଲିଥିଲା । ଏନେଇ ଠକାମୀରେ ଶିକାର ହୋଇଥିବା ଆଶାୟୀ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଦେବାନନ୍ଦକୁ ଗିରଫ କରି କୋର୍ଟ ଚାଲାଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.