ମଉସା ଘରେ ରହି ପାଠପଢୁଥିବା ନାବାଳିକା କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ମଉସା ଗିରଫ
29/07/2019 at 12:22 PM

ଭବାନୀପାଟଣା୨୯|୭: ନାବାଳିକା କଲେଜ ଛାତ୍ରୀଙ୍କୁ ଅଭିଯୋଗ ହୋଇଛି । ଅଭିଯୁକ୍ତ ମଉସା ଜ୍ୟୋତିରଞ୍ଜନ ଦାସକୁ ଗିରଫ କରି ଜୟପାଟଣା ପୋଲିସ କୋର୍ଟ ଚାଲାଣ କରିଛି ।

ନାବାଳିକା ସ୍ଥାନୀୟ କଲେଜରେ ଯୁକ୍ତ ଦୁଇ ପାଠ ପଢିବାକୁ ମଉସା ଘରେ ଗତ ତିନି ମାସ ହେବ ରହି ଆସୁଥିଲେ । ଗତ ୨୫ ତାରିଖ ରାତିରେ ୪୦ ବର୍ଷ ବୟସ୍କ ମଉସା ଜ୍ୟୋତିରଞ୍ଜନ ଦାସ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପୋଲିସ ନାବାଳିକାକୁ ଶିଶୁ ମଗଂଳ କମିଟିକୁ ହସ୍ତାନ୍ତର କରିଥିବାବେଳେ ଅଭିଯୁକ୍ତକୁ ଆଇପିସି ଧାରା ୩୭୬, ୩୪, ୩୨୩ ଦାରାରେ ମାମଲା ରୁଜୁ କରି କୋର୍ଟ ଚାଲଣ କରିଛି । ହେଲେ ଅଭିଯୁକ୍ତ ମଉସା ନିଜକୁ ନିର୍ଦ୍ଦୋଷ ଦାବୀ କରି ଆସୁଛି ।

ଦୁଷ୍କର୍ମ ପୀଡିତା ନାବାଳିକାଙ୍କୁ ଶିଶୁ ସୁରକ୍ଷା କମିଟି ସୁଧାର ଗୃହରେ ରଖାଯାଇଛି । ତାଙ୍କ ବାପା ଓ ମାଆ ଆସିବା ପରେ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳୁଛି । ଅନ୍ୟପକ୍ଷରେ ମାଉସୀ ଘରେ ଥିବାବେଳେ ମଉସା କିଭଳି ଦୁଷ୍କର୍ମ କଲା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।