ମହିଳା ହୁଅନ୍ତୁ କି ଯୁବତୀ, ସମସ୍ତଙ୍କ ଅନ୍ତଃବସ୍ତ୍ର ଚୋରି କରି ନେଉଥିଲା ଚୋର, ୭୩୦ ଅଣ୍ଡରଓ୍ବୟାର ସହ ଗିରଫ କଲା ପୋଲିସ

Published By : Prameya-News7 Bureau | September 08, 2021 IST

ଟୋକିଓ, ୦୮/୦୯: ପ୍ରଯୁକ୍ତିବିଦ୍ୟା ଏବଂ ଯାନ୍ତ୍ରିକ ପଦାର୍ଥ ଉତ୍ପାଦନ ମାମଲାରେ ଜାପାନକୁ ପଛରେ ପକାଇବା ସହଜ କଥା ନୁହେଁ । ଏହି ଦେଶରେ ଖାଦ୍ୟ ଡେଲିଭରି କରିବା ଠାରୁ ଆରମ୍ଭ କପଡ଼ା ଧୋଇବା ପର୍ଯ୍ୟନ୍ତ ସବୁ କାମ ମେସିନ୍‌ ଦ୍ୱାରା କରାଯାଏ । କିନ୍ତୁ ଲଣ୍ଡ୍ରି ଭଳି ସେଲ୍‌ଫ ସର୍ଭିସିଙ୍ଗ୍‌ ଲଣ୍ଡ୍ରି କପଡ଼ା ତ ଧୋଇ ଦିଏ କିନ୍ତୁ ଏହାକୁ ଚୋରି ହେବାରୁ ରୋକି ପାରେନାହିଁ ।

ଏହିଭଳି ଏକ ଅଜବ ମାମଲା ଜାପାନରେ ଏବେ ଦେଖିବାକୁ ମିଳିଥିବା ବେଳେ ଦକ୍ଷୀଣ ପ୍ରାନ୍ତ ପୋଲିସ୍‌ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । କାରଣ ବ୍ୟକ୍ତି ଜଣକ ଲଣ୍ଡ୍ରିରୁ ୭ ଶହରୁ ଅଧିକ ମହିଳାଙ୍କ ଅନ୍ତଃବସ୍ତ୍ର  ଚୋରି କରିଛି । ଏ ଘଟଣା ସେତେବେଳେ ଜଣାପଡ଼ିଥିଲା ଯେତେବେଳେ ପୋଲିସ୍‌ ଚୋରର ଘରେ ଛାପା ମାରିଥିଲା ।

ମଳିଥିବା ଖବର ଅନୁଯାୟୀ, ୫୬ ବର୍ଷୀୟ ତେସ୍ୟୁଓ ଔରାତାଙ୍କ ଉପରେ ଜଣେ ୨୧ ବର୍ଷୀୟା ଛାତ୍ରୀ ତାଙ୍କର ୬ ଯୋଡ଼ା ଅନ୍ତଃବସ୍ତ୍ର ଚୋରି କରିଥିବା ନେଇ ଅଭିଯୋଗ ଆଣିଥିଲେ । ପୋଲିସ୍‌ ଏନେଇ ଘଟଣାର ତଦନ୍ତ ପାଇଁ ତେସ୍ୟୁଓଙ୍କ ଘରକୁ ଯାଇଥିଲା । ଘର ଭିତରେ ମହିଳା ପିନ୍ଧୁଥିବା ୭୩୦ଟି ଅନ୍ତଃବସ୍ତ୍ର ଦେଖି ପୋଲିସ୍‌ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ତେବେ ପୋଲିସ୍‌ ସେ ସମସ୍ତ କପଡ଼ାକୁ ଜବତ କରିବା ସହିତ ଚୋରକୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.