୪ଦିନ ହେଲା ଏକାଠି ଫେରାର ଥିବା ଭିଣୋଇ ଓ ଶଳାଭାଉଜର ଝୁଲନ୍ତା ଶବ ଉଦ୍ଧାର, ପରକୀୟା ପ୍ରେମ ଓ ଲୋକଲଜ୍ଜା ଭୟରେ ଆତ୍ମହତ୍ୟା ସନ୍ଦେହ

Published By : Prameya-News7 Bureau | May 25, 2019 IST

ଅନୁଗୁଳ ୨୫|୫: ଅନୁଗୁଳ କୁମଣ୍ଡ ଚଣ୍ଡୀଖମଣ ରେଲୱେ ଲେବଲ କ୍ରସିଂ ନିକଟରେ ଗୋଟେ ଗଛରେ ଦୁଇଜଣଙ୍କର ଶବ ଝୁଲୁଥିବା ଅବସ୍ଥାରେ ପୋଲିସ ଉଦ୍ଧାର କରିଛି । ସେମାନଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ପୁରୁଷ। ପୁରୁଷ ଜଣକ ହେଲେ କୁମଣ୍ଡର ରଞ୍ଜନ ସାହୁ ଏବଂ ମହିଳା ଜଣକ ହେଲେ ତାଙ୍କ ଶାଳାଭାଉଜ ବାଳୁଅକଟା ର ବୋଲି ଜଣା ପଡ଼ିଛି।

{"id":115829}

ଗତ ୪ଦିନ ହେବେ  ସେମାନେ ଘରୁ ବାହାରକୁ ପଳାଇ ଯାଇଥିଲେ। କିଛି ଦିନ ବୁଲିଲା ପରେ ଆଜି ସେମାନଙ୍କର ମୃତ ଦେହ ଏକ ଗଛରେ ଝୁଲୁଥିବା ପାଖଲୋକ ଦେଖିବାକୁ ପାଇଥିଲେ। ମୃତ୍ୟୁର କାରଣ ସ୍ପଷ୍ଟହେଉ ନଥିବା ବେଳେ ସମ୍ଭବତଃ ପ୍ରେମ ଜନିତ ଘଟଣାକୁ ନେଇ ଏହି ଘଟଣା ଘଟିଛି ବୋଲି ଅନୁମାନ କରାଯାଉଛି।

{"id":115828}

ସେପଟେ ଅନଗୁଳ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ଶବକୁ ଓହ୍ଲାଇବା ସହ  ଅନଗୁଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ପୋଷ୍ଟମର୍ଟମ ପରେ  ସଠିକ ଖବର ଜଣାପଡିବ। ଭିଣୋଇ ଓ ଶଳାଭାଉଜ ଆତ୍ମହତ୍ୟା କରିଥିବା ଶ୍ଥାନଟି ଏବେ ପ୍ରେମୀ ଯୁଗଳଙ୍କ ଡେଥ ହବ ହୋଇଛି ବୋଲି ଚର୍ଚ୍ଚା ହେଉଛି।କାରଣ ଆଗରୁ ମଧ୍ୟ ସେହି ଜାଗାରେ ଟ୍ରେନ ଆଗକୁ ଡେଇଁ ଅନଗୁଳ ବଂରପାଳ  ଅଞ୍ଚଳରୁପ୍ରେମୀ ଯୁଗଳ ଆତ୍ମହତ୍ୟା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.