ଦେବଗଡ ୫।୩: ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ମଧ୍ୟପୁର ଗ୍ରାମ ଖେଳପଡିଆ ନିକଟରେ ମାଟି ତଳେ ପୋତା ଯାଇଥିବା ମହିଳାଙ୍କ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚିତ ହୋଇଛି । ମୃତ ମହିଳା ଜଣଙ୍କ ହେଲେ ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଅନ୍ତର୍ଗତ ବଳମ ଗ୍ରାମର ଦାଶରଥି କିଶାନଙ୍କ ସ୍ତ୍ରୀ ।
ମୃତ ମହିଳା ପୂର୍ବରୁ ବିବାହିତା ହୋଇଥିବା ବେଳେ କିଛି ମାସ ତଳେ ସ୍ବାମୀ ଓ ଛୋଟ ପୁଅକୁ ଛାଡି ନିଜ ପ୍ରେମିକ ବଲାସିଂଘା ଗ୍ରାମର ପ୍ରମୋଦ କିଶାନ ସହ ପଳାଇ ଯାଇଥିଲେ । ପେଷାରେ ଡ୍ରାଇଭର ଥିବା ପ୍ରମୋଦ ପ୍ରାୟତଃ ବାହାରେ ରହୁଥିବା ବେଳେ ପ୍ରେମିକା ତାଙ୍କୁ ନରସିଂହପୁର ଓ ମଧ୍ୟପୁର ଗ୍ରାମରେ ନିଜ ସମ୍ପର୍କୀୟ ଘରେ ରଖିଆସୁଥିଲେ । କିଛି ଦିନ ମଧ୍ୟରେ ପ୍ରମୋଦ ତାଙ୍କ ପ୍ରେମିକା ଅନ୍ୟ ପିଲାଙ୍କ ସହ ଫୋନରେ କଥାବାର୍ତ୍ତା କରୁଥିବା ଜାଣି ପାରିଥିଲେ । ଏନେଇ ସେ ବାରମ୍ବାର ତାଙ୍କୁ ତାଗିଦ କରିଥିବା ବେଳେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ ପ୍ରେମିକ ପ୍ରମୋଦ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଯୋଜନା କରିଥିଲା ।
ଗତ ଫେବୃଆରୀ ମାସ ୨୩ ତାରିଖ ରାତି ୧୧ଟା ୩୦ରୁ ୧୨ଟା ମଧ୍ୟରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ପ୍ରମୋଦ ପ୍ରେମିକାର ତଣ୍ଟିରେ ଶାଲ ଗୁଡାଇ ଚିପିଦେଇ ହତ୍ୟା କରିଥିଲା । ହତ୍ୟାକାଣ୍ଡ ପରେ ପ୍ରମୋଦର ବାପା କେଶବ କିଶାନ, ମଧ୍ୟପୁର ଗ୍ରାମରେ ଥିବା ଦୂର ସମ୍ପର୍କୀୟ ଗୁରୁଚରଣ ପ୍ରଧାନ ଓ ତାଙ୍କ ପୁଅ ପ୍ରଦୀପ ପ୍ରଧାନ ମିଶି ତାଙ୍କ ଶବକୁ ନେଇ ଖେଳପଡିଆ ନିକଟରେ ମାଟି ଖୋଳି ପୋତି ଦେଇଥିଲେ । ଚଳିତ ମାସ ୨ ତାରିଖରେ ତାଙ୍କ ଶବକୁ କୁକୁର ଟାଣି ଖାଉଥିବା ବେଳେ ଛେଳିଚରାଇବାକୁ ଯାଇଥିବା ଲୋକମାନେ ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ରିଆମାଳ ଥାନାକୁ ଖବର ଦେବା ପରେ ପୋଲିସ ଆସି ଶବକୁ ମାଟି ତଳୁ ଖୋଳି ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ସମୟରେ ପୋଲିସ ଶବର ଚିହ୍ନଟ କରିବା ସହ ଅଭିଯୁକ୍ତମାନଙ୍କୁ ଧରିଥିଲେ । ଏ ସମ୍ପର୍କରେ ଦେବଗଡ ଏସପିଙ୍କ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ରାମ ପ୍ରସାଦ ସାହୁ ସମସ୍ତ ସୂଚନା ଦେଇଛନ୍ତି ।
You Can Read :
wp:embed {"url":"https://www.prameyanews7.com/two-accused-arrested-in-dhenkanal-college-student-murder-case/","type":"wp-embed","providerNameSlug":"prameya-news-7"}