ପକୁଡି ପାଇଁ ମହାଭାରତ, ବୋହୂକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ଶ୍ୱଶୁର
13/11/2023 at 2:35 PM

ପଶ୍ଚିମବଙ୍ଗ ୧୩/୧୧: ଦିୱାଲୀରେ ପକୁଡି ନେଇ ବିବାଦ । ବୋହୂକୁ ହାଣି ହତ୍ୟା କଲା ଶ୍ୱଶୁର । ଦିଓ୍ୱାଲୀ କିଣାକିଣି ପାଇଁ ପୁଅ ବାହାରକୁ ଯାଇଥିବା ବେଳେ ଘଟିଛି ଏମିତି ଘଟଣା । ଘରେ ପହଞ୍ଚିବା ପରେ ପତ୍ନୀଙ୍କୁ ଘରେ ଗୁରୁତର ଅବସ୍ଥାରେ ପାଇଥିଲେ ।
ସଂଗେ ସଂଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ସେତେବେଳକୁ ପ୍ରାଣବାୟୁ ଉଡିଯାଇଥିଲା । ସେପଟେ ଘଟଣା ପରେ ପୋଲିସ ଅଭିଯୁକ୍ତ ଶ୍ୱଶୁରକୁ ଗିରଫ କରିଛି । ପଶ୍ଚିମବଙ୍ଗର ହାବ୍ରାରେ ଦିୱାଲୀ ଅବସରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି ।
ସୂଚନା ଥାଉକି, ରବିବାର ଥିଲା ଆଲୋକର ପର୍ବ ଦିପାବଳୀ । ଉତ୍ତର ୨୪ ପ୍ରଗଣା ଜିଲ୍ଲାର ହାବ୍ରାର ଶ୍ରୀନଗର ମଠ ଅଞ୍ଚଳରେ ରହୁଥିବା ୭୫ ବର୍ଷୀୟ ଗୋପାଳ ଚାହୁଥିଲେ ପକୁଡି ଖାଇବାକୁ । ବୋହୂ ବି ଶ୍ୱଶୂରଙ୍କ କଥା ରଖି ପକୁଡି କରିଥିଲେ । ପକୁଡି ସହ ଥଣ୍ଡା ପାନୀୟ ବି ଦେଇଥିଲେ । ହେଲେ କଣ ହେଲା କେଜାଣି ପୁଅର ଅନୁପସ୍ଥିତିରେ ସେ ତାଙ୍କ ବୋହୂକୁ ହତ୍ୟା କରିଥିଲେ । କହିବାକୁ ଗଲେ ଅଭିଯୁକ୍ତ ସେନାରୁ ଅବସର ନେଇଛନ୍ତି । ପିତାଙ୍କ ଏହି କାର୍ଯ୍ୟ ଉପରେ ପୁଅ କହିଥିଲେ ଯେ ସେ ସର୍ବଦା କ୍ରୋଧରେ ରୁହନ୍ତି ।
ରିପୋର୍ଟ ଅନୁଯାୟୀ, ବୋହୂ ପକୁଡି ପ୍ରସ୍ତୁତ କରି ଶ୍ୱଶୁରଙ୍କୁ ଦେଇଥିଲେ । ଏହା ପରେ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ମଧ୍ୟାହ୍ନ ଭୋଜନ କରି ନିଜ ନିଜ କୋଠରୀକୁ ଯାଇଥିଲେ । ବଡ଼ ପୁଅ ତାଙ୍କ କମ୍ପ୍ୟୁଟରରେ କିଛି କରୁଥିବାବେଳେ ମୁକ୍ତି ମଧ୍ୟ କୋଠରୀରେ ବିଶ୍ରାମ ନେଉଥିଲେ ଏବଂ ମୋବାଇଲକୁ ଦେଖୁଥିଲେ । ଠିକ୍ ଏତିକିବେଳେ ଏହି ସମୟରେ ମୁକ୍ତିଙ୍କ ସାନପୁଅ ଦୀପାବଳିରେ କ୍ୟାଣ୍ଡେଲ ଆଣିବାକୁ ଜିଦ୍ ଧରିଥିଲେ ।
ସ୍ୱାମୀ କ୍ୟାଣ୍ଡେଲ କିଣିବା ପାଇଁ ଘରୁ ବାହାରକୁ ଯାଇଥିଲେ । ସେ ଘରକୁ ଫେରିବା ପରେ ତାଙ୍କ ପତ୍ନୀଙ୍କ କୋଠରୀରୁ ଏକ ଶବ୍ଦ ଆସୁଥିଲା। ଯେତେବେଳେ ସେ କୋଠରୀ ଭିତରକୁ ଯାଇ ଦେଖିଲେ, ସେ ଆଶ୍ଚର୍ଯ୍ୟ ହୋଇଗଲେ । ତାଙ୍କ ପତ୍ନୀ ରକ୍ତାକ୍ତ ଅବସ୍ଥଆରେ ଶୋଇ ରହିଥିଲେ । ତା’ପରେ ସେ ସାହାଯ୍ୟ ପାଇଁ ପାଟି କରି ପୁଅକୁ ଡାକିବା ପାଇଁ ପଡ଼ୋଶୀଙ୍କ ଘରକୁ ପଠାଇଲେ । ହେଲେ ସେତେବେଳକୁ ଡେରି ହୋଇଯାଇଥିଲା । ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଘଟଣା ପରେ ପୋଲିସ ଅଭିଯୁକ୍ତ ଶ୍ୱଶୁରକୁ ଗିରଫ କରିଛି ।