ରାଷ୍ଟ୍ରପତି ନିର୍ବାଚନ ଲାଗି ପଦକ୍ଷେପ ନେଲେ ମମତା, କଂଗ୍ରେସ କହିଲା ମତଭେଦର ନୁହେଁ ସମୟ

Published By : Prameya-News7 Bureau | June 12, 2022 IST

ନୂଆଦିଲ୍ଲୀ ୧୨।୬: ରାଷ୍ଟ୍ରପତି ନିର୍ବାଚନ ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀ ଦଳ ନେତାଙ୍କ ବୈଠକ ଡକାଇଛନ୍ତି। ମମତାଙ୍କ ଏହି ପଦକ୍ଷେପକୁ ବର୍ତ୍ତମାନ ସମୟ ମତପାର୍ଥକ୍ୟ ନୁହେଁ ବୋଲି କହିଛି କଂଗ୍ରେସ। ପାରସ୍ପାରିକ ମତପ୍ରାର୍ଥକ୍ୟରୁ ଊର୍ଦ୍ଧ୍ୱକୁ ଉଠି ଏପରି ଜଣେ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ନିର୍ବାଚିତ କରାଯାଉ ଯିଏ ଦେଶର ସମ୍ବିଧାନ ଓ ସଂସ୍ଥାର ସୁରକ୍ଷା କରିପାରିବେ । ତେଣିକି ମମତା ହୁଅନ୍ତୁ କି ଅନ୍ୟ ଯେ କେହି ଆଗକୁ ଆସି ବିରୋଧୀଙ୍କୁ ଏକତ୍ରୀତ କରନ୍ତୁ ବୋଲି କଂଗ୍ରେସ କହିଛି।   

ତୃଣମୂଳ କଂଗ୍ରେସ ମୁଖ୍ୟ ବିଭିନ୍ନ ବିରୋଧୀ ଦଳ ନେତାଙ୍କୁ ପତ୍ରଲେଖି ଜୁନ ୧୫ ତାରିଖ ଦିନ ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରସ୍ତାବିତ ବୈଠକରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି। ଯାହା ଦ୍ୱାରା ଜୁଲାଇ ୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଦେଶର ରାଷ୍ଟ୍ରପତିଙ୍କ ଉତ୍ତରାଧିକାରୀଙ୍କ ନିର୍ବାଚନ ଲାଗି ଏକ ସର୍ବସମ୍ମତ ରଣନୀତି ପ୍ରସ୍ତୁତ କରାଯାଇପାରିବ ବୋଲି ମମତା ପତ୍ରରେ ଉଲ୍ଲେଖ କରିଛନ୍ତି।  

{"id":641124,"width":839,"height":651,"sizeSlug":"full","linkDestination":"none"}

ଏଥିରେ କଂଗ୍ରେସ ମୁଖପାତ୍ର ରଣଦୀପ ସୂରଜେୱାଲା ଏକ ବୟାନରେ ପାର୍ଟି ଅଧ୍ୟକ୍ଷା ସୋନିଆ ଗାନ୍ଧି ପ୍ରସଙ୍ଗରେ ଏନସିପି ନେତା ଶରଦ ପାୱାର, ଟିଏମସି ନେତ୍ରୀ ମମତା ବାନାର୍ଜୀ ଓ ବିରୋଧୀ ଦଳଙ୍କ ଅନ୍ୟ ନେତାମାନଙ୍କ ସହ ଆଲୋଚନା କରିଥିବା କହିଛନ୍ତି। ସୋନିଆ ଏବେ କୋଭିଡରେ ଆକ୍ରାନ୍ତ। ଏଣୁ ଏ ବାବଦେ କଥାବାର୍ତ୍ତାର ଦାୟିତ୍ୱ ସୋନିଆ ମଲ୍ଲିକାର୍ଜୁନ ଖଡଗେଙ୍କ ଉପରେ ନ୍ୟସ୍ତ କରିଥିବା ସୂରଜେୱାଲା କହିଛନ୍ତି।

ସେ କହିଛନ୍ତି ଯେ ଦେଶର ରାଷ୍ଟ୍ରପତି ରୂପେ ଏପରି ଜଣେ ନେତାଙ୍କ ଆବଶ୍ୟକତା ରହିଛି ଜିଏ ସମ୍ବିଧାନ ଓ ଆମର ସଂସ୍ଥାଙ୍କୁ ରକ୍ଷା କରିପାରିବେ, ଯାହା ଉପରେ କ୍ଷମତାସୀନ ଦଳ ଲଗାତାର ଆକ୍ରମଣ କରିଚାଲିଛି । ତେବେ ରାଷ୍ଟ୍ରପତି ନିର୍ବାଚନ ଲାଗି କଂଗ୍ରେସ କୌଣସି ନାମ ସୁପାରିଶ କରି ନାହିଁ, ହେଲେ ଏପରି ଜଣେ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ଚୟନ କରାଯାଉ ଯିଏ ଖଣ୍ଡିତ ସାମାଜିକ ସମ୍ପର୍କକୁ ମରାମତି କରିପାରିବେ ଓ ସମ୍ବିଧାନର ରକ୍ଷା କରାଯାଇପାରେ ଏହା ଆମ ସମସ୍ତଙ୍କ ନୈତିକ ଦାୟିତ୍ୱ ବୋଲି ସୂରଜେୱାଲା କହିଛନ୍ତି।

ସୂରଜେୱାଲା ଏହା ଜୋର ଦେଇ କହିଛନ୍ତି ଯେ ଏହି ସମୟ ପାର ସ୍ପରିକ ମତଭେଦର ନୁହେଁ। ଏଣୁ ମତପାର୍ଥକ୍ୟରୁ ଊର୍ଦ୍ଧ୍ୱକୁ ଉଠିବାର ଏହି ସମୟ। ଏଣୁ ଚର୍ଚ୍ଚା ଖୋଲାମନରେ ହେବା ଦରକାର ବୋଲି ସେ କହିଛନ୍ତି। ଏଣୁ କଂଗ୍ରେସ ଓ ଅନ୍ୟ ରାଜନୈତିକ ଦଳଙ୍କୁ ଏବେ ଏହି ଚର୍ଚ୍ଚା ଆଗକୁ ବଢାଇବାକୁ ହେବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.