ମମତାଙ୍କୁ ଝଟକା ଦେଲେ ସୀତାରାମ ୟେଚୁରୀ, କହିଲେ-'ଏକପାଖିଆ ବୈଠକ ଡାକିବା ଠିକ୍ ନୁହେଁ'

Published By : Prameya-News7 Bureau | June 12, 2022 IST

ନୂଆଦିଲ୍ଲୀ,୧୨/୦୬: ମମତା ବାନାର୍ଜୀଙ୍କୁ ଝଟକା । ବଡ ଝଟକା ଦେଲେ କମ୍ୟୁନିଷ୍ଟ ନେତା ସୀତାରାମ ୟେଚୁରୀ । ମମତା ସବୁ ବିରୋଧୀ ଦଳକୁ ନେଇ ଡାକିଥିବା ବୈଠକକୁ ଏକତରଫା କହିଛନ୍ତି ସୀତାରାମ ।ଏକତରଫା ନିଷ୍ପତ୍ତି ପ୍ରତିକୂଳ ପ୍ରଭାବ ପକାଇବ । ବିରୋଧୀଙ୍କୁ ଏକତାକୁ ହାନୀ ପହଁଚାଇବ ବୋଲି ସେ କହିଛନ୍ତି ।

ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସିଲାଣି। ଏଥିପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରଣନୀତି କରିବା ଆରମ୍ଭ କରି ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଜୁନ୍‌ ୧୫ରେ ମମତା ବାନାର୍ଜୀ ବିରୋଧି ଦଳର ମୁଖ୍ୟମନ୍ତ୍ରୀ ଓ ନେତାମାନଙ୍କ ସହିତ ଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବରେ ଏକ ବୈଠକରେ ଭାଗ ନେବେ। ସେଥିପାଇଁ  ସେ ୨୨ ଜଣ ନେତାଙ୍କୁ ଚିଠି ଲେଖିଥିଲେ ।

ଏହି ବୈଠକରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, କେରଳର ମୁଖ୍ୟମନ୍ତ୍ରୀ ପିନରଇ ବିଜୟନ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନନୀନ ପଟ୍ଟନାୟକ, ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର କେ. ଚନ୍ଦ୍ରଶେଖର ରାଓ, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ୍‌, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ପଞ୍ଜାବ଼ର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଯୋଗ ଦେବାର ସମ୍ଭାବନା ରହିଛି। ମମତା ବାନାର୍ଜୀ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଚିଠି ଲେଖିଛନ୍ତି।  ତେବେ ବୈଠକକୁ ନେଇ ମମତାଙ୍କ ନିଷ୍ପତ୍ତିକୁ ଏକରଫା ବୋଲି କହିଛନ୍ତି ସୀତାରାମ ।

ସୀତାରାମ କହିଛନ୍ତି ଯେ, ତାଙ୍କୁ ମଧ୍ୟ ମମତା ଏକ ଚିଠି ଲେଖିଛନ୍ତି । ଏହା ସେ ସୋସିଆଲ ମିଡିଆରୁ ଜାଣିବାକୁ ପାଇଲେ । ବୈଟକ ଆଲୋତନା ପରେ କରାଯାଏ । ଏପରିକି ତାରିଖ ଚୂଡାନ୍ତ ହୋଇଥିବା କୁହାଯାଉଛଥି । ତେବେ ଏହା ଏକତରଫା ଚିଠି । ଏହା ବିରୋଧୀଙ୍କ ଏକତାକୁ କ୍ଷତି ପହଁଚାଇବ ।

ଡି ରାଜାଙ୍କ ନାପସନ୍ଦ

ସେହିପରି ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ମହାସଚିବ ଡି ରାଜା ମଧ୍ୟ ମମତାଙ୍କୁ ଝଟକା ଦେଇଛନ୍ତି । ବିନା ପରାମର୍ଶରେ ଏପରି ବୈଠକ ଗ୍ରହଣୀୟ ନୁହେଁ । ସମସ୍ତ ଧର୍ମନିରପେକ୍ଷ ଦଳ ଓ ପ୍ରଗତିଶୀଳ ଶକ୍ତିଙ୍କ ଏକତା ଜରୁରୀ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.